Breaking News

ପିପିଲି ଏନଏସିରେ ବିକାଶମୂଳକ କାର୍ଯ୍ୟ ଠପ ; ପ୍ରତିବାଦରେ ଶନିବାରଠୁ ଆମରଣ ଅନଶନ ପାଇଁଁ ଚେତାବନୀ



ପିପିଲି- ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନରର ବିଗତ କିଛି ବର୍ଷ ଧରି ବିକାଶ କାର୍ଯ୍ୟ  ଠପ ହୋଇଯାଇଛି । ବିକାଶରେ କିଛି ସରକାରୀ କର୍ମଚରୀ ବାଧକ ସାଜୁଥିବା ଅଭିଯୋଗ କରିଛି ପିପିଲି ବିକାଶ ମଞ୍ଚ। ମଞ୍ଚ ର ଆବାହକ ଅନୁପ ପରିଡାଙ୍କର ନେତୃତ୍ବରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମଞ୍ଚ ପକ୍ଷରୁ ପ୍ରଶାସନ ନିକଟରର 
ତିନି ଦଫା ଦାବି ପୁରଣ ପାଇଁଁ ଦାବି କରାର୍ଯାଇଛି । ୪୮ ଘଣ୍ଟା ମଧ୍ୟରେ ପ୍ରଶାସନ ଉକ୍ତ ଦାବି ପୁରଣ ନକଲେ ଆସନ୍ତା ଶନିବାର ଠାରୁ ମଞ୍ଚ ତରଫରୁ ଆମରଣ ଅନଶନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ମଞ୍ଚ ର ଆବାହକ  ଅନୁପ ପରିଡା ଓ ରାକେଶ ରୋଷନ  ମହାନ୍ତି, ବିଜୟଲକ୍ଷ୍ମୀ ମିଶ୍ର, ମିହିର ମୁଦୁଲି, ବିଣାପାଣି ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହିଥିଲେ। ପିପିଲି ରୁ ବିଜୟ ମହାପାତ୍ର,୨୭/୮/୨୦୨୧---୪,୫୫  Sakhigopal News,27/8/2021

Blog Archive

Popular Posts