Breaking News

ଡାକ୍ତର ଓ ମହିଳା ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ଦାବିରେ ଆମରଣ ଅନଶନ ; ନିଯୁକ୍ତି ପତ୍ର ପାଇବା ପରେ ଅନଶନ ହଟିଲା

 


 ଡେଲାଙ୍ଗ ------ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ହରିରାଜପୁର ପ୍ରାଥମିକ ସ୍ୱାସ୍ଥ୍ୟ କନ୍ଦ୍ରେ ରହିଛି । ଏଠାରେ ରାଜ୍ୟ ସରକାର ବହୁ ଟଙ୍କା ଖର୍ଚ୍ଚ କରି ଜନସାଧାରଣଙ୍କ ପାଇଁ ସମସ୍ତ ସୁବିଧା କରିଛନ୍ତି । ମାତ୍ର ଏଠାରେ ଡାକ୍ତର ବା ମହିଳା ସ୍ୱାସ୍ଥ୍ୟ କର୍ମିୀ ନଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ର ଏକରକମ ଠପ ହୋଇ ପଡି ରହିଥିଲା । ରୋଗୀ ସେବକ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଆଦି ଦାବିରେ ଅନେକଥର ଦାବି ପତ୍ର ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସହିତ ପୁରୀଜିଲ୍ଲା ମେଡିକାଲ ଅଧିକାରୀଙ୍କୁ ଦିଆଯାଇଥିଲା । କୌଣସି ସୁଫଳ ନ ମିଳିବାରୁ ଶେଷରେ ସାମାଜିକ କର୍ମୀ ତଥା ମହିଳା ନେତ୍ରୀ ନିରୁପମା ପାତ୍ର ମଙ୍ଗଳବାର ହରିରାଜପୁର ମେଡିକାଲ ଆଗରେ ଆମରଣ ଅନଶନରେ ବସିଥିଲେ । ଏହାକୁ ସମର୍ଥନ କରି ସ୍ଥାନୀୟ କିଛି ଯୁବକ ମାନେ ସାମିଲ ହୋଇଥିବାର ଦେଖାଯାଇଥିଲା । ଆରମରଣ ଅନଶନ ସ୍ଥଳରେ ଡେଲାଙ୍ଗ ବିଡିଓ ଦୀଲିପ କୁମାର ଷଡଙ୍ଗୀ, ତହସିଲଦାର ମହେନ୍ଦ୍ର ଘଡେଇ, ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକ ଓ ମେଡିକାଲ ଇନିଚାର୍ଯ୍ୟ ସେଠାରେ ପହଞ୍ଚି ଆମରଣ ଅନଶନ କାରୀଙ୍କ ସହିତ ଆଲେଚନା କରିଥିଲେ । ହରିରାଜପୁର ମେଡିକାଲକୁ  ଗୋରଡିଆ ସ୍ୱାସ୍ଥ୍ୟ କେନ୍ଦ୍ରର ଇନିଚାର୍ଯ୍ୟ ଡ. ପାର୍ଥ ସାରଥୀ ସାହୁ ସପ୍ତାହକୁ ସୋମବାର ଓ ଶୁକ୍ରବାର ଦୁଇ ଦିନ ଏହି ମେଡିକାଲରେ ରୋଗୀ ସେବା କରିବେ ବୋଲି ଅର୍ଡର ହୋଇଥିବା ଦେଖାଇଥିଲେ । ଏହା ସହିତ ଅନ୍ୟ ଦାବୀ ଗୁଡିକ ପର୍ଯ୍ୟାୟକ୍ରମେ ପୂରଣ କରାଯିବ ବୋଲି କହିବା ପରେ ଆରମଣ ଅନଶନରୁ ଶ୍ରୀମତି ପାତ୍ର ଓହରିଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୮/୨୦୨୧---=୮,୧୫  

 Sakhigopal News, 24/8/2021

Blog Archive

Popular Posts