Breaking News

ପଲଟ୍ରି ଫାର୍ମର୍ସ ଡେଭଲପମେଣ୍ଟ ଫୋରମ ସତ୍ୟବାଦୀ ଶାଖାର ବୈଠକ


 ସାକ୍ଷୀଗୋପାଳ------ ପଲଟ୍ରି ଫାର୍ମର୍ସ ଡେଭଲପମେଣ୍ଟ ଫୋରମ  ସତ୍ୟବାଦୀ ଶାଖାର ଏକ ବନ୍ଧୁ ମିଳନ ସହିତ ଆଲେଚନା ଚକ୍ର ଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସତ୍ୟବାଦୀ ଶାଖାର ସଭାପତି ଭଗବାନ ବିଶ୍ୱାଳ ସଭାପତିତ୍ୱ କରିଥିବା ବେଳେ ଅତିଥି ଭାବେ ପଲଟ୍ରି ଫାର୍ମର୍ସ ଡେଭଲପମେଣ୍ଟ ଫୋରମର ରାଜ୍ୟ ସଭାପତି ଅଶୋକ ପ୍ରଧାନ ଓ ସମ୍ପାଦକପ୍ରଦ୍ୟୁମ୍ନ ପରିଡା ଯୋଗ ଦେଇଥିଲେ । ଫନିରେ ସତ୍ୟବାଦୀ ବ୍ଳକର ଅନେକ କୁକୁଡା ଚାଷୀ ସେମାନଙ୍କ ଲକ୍ଷାଧିକ ଟଙ୍କା କ୍ଷତି ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସରକାରଙ୍କ ଠାରୁ ଟଙ୍କାଟିଏ ମଧ୍ୟ ସାହାର୍ଯ୍ୟ ପାଇ ନାହାନ୍ତି ବୋଲି ଶ୍ରୀ ପ୍ରଧାନ କହିଥିଲେ । ସତ୍ୟବାଦୀ ବ୍ଳକର ୨୪ ଗୋଟି ଗ୍ରାମ ପଞ୍ଚାୟତରୁ ପ୍ରାୟ ୨ଶହ କୁକୁଡା ଚାଷୀ ଯୋଗଦେଇଥିଲେ । କିପିର କୁକୁଡାଚାଷୀ ମାନେ ସରକାରଙ୍କ ଯୋଜନାରେ ସାମିଲ ହୋଇ ପାରିବେ ସେ ସମ୍ପର୍କରେ ଶ୍ରୀ ପ୍ରଧାନ ବୁଝାଇଥି=ଲେ । ଫନି ପାଇଁସରକାର  କୁକୁଡା ଚାଷୀ ମାନଙ୍କ ପାଇଁ ନୂତନଯୋଜନା ପ୍ରଣୟନ କରିଛନ୍ତି । ୫ଶହ କୁକୁଡା ପାଇଁ ୧ଲକ୍ଷ ୮୦ହଜାର ଟଙ୍କା ଋୁଣ ମିଳିବ । ୭୨ ହଜାର ଟଙ୍କା ସବସିଡ ରହିଥିବା ସମ୍ପର୍କେ ଶ୍ରୀ ପ୍ରଧାନ କହିଥିଲେ । ଏଣୁ ସମସ୍ତେ ସରକାରଙ୍କ ଗାଇଡି ଲାଇନି ଅନୁଯାୟୀ ଘର କରିବା ସହ କୁକୁଡା ଚାଷ କରିବା ପାଇଁ ଆହ୍ୱନ ଦେଇଥିଲେ । ସେହିପରି ରାଜ୍ୟ ସମ୍ପାଦକ ଶ୍ରୀ ପରିଡା ସଂଗଠନ ସମ୍ପର୍କରେ ଆଲେଚନା କରିବା ସହ ଫାର୍ମର କାଗଜ ପତ୍ର କରି ତୁରନ୍ତ ଦେବାକୁ ଆଗ୍ରହୀ ଥିବା ଚାଷୀ ମାନଙ୍କୁ ଶ୍ରୀ ପରିଡା କହିଥିଲେ ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,  ୨୦/୮/୨୦୨୧---୯,୪୫ 

 Sakhigopal News, 20/8/2021

Blog Archive

Popular Posts