Breaking News

କବି ଗଙ୍ଗାଧର ମେହେରଙ୍କ ୧୬୦ ତମ ଜନ୍ମ ଜୟନ୍ତୀ ପାଳିତ


ବରଗଡ଼----  ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଠାରେ ବୀର ସୁରେନ୍ଦ୍ର ସାଏ ମଣ୍ଡପଠାରେ ସାହିତ୍ୟ ସଂସଦ ପକ୍ଷରୁ କରୋନା କଟକଣା କୁ ଆଖି ଆଗରେ ରଖି ସ୍ୱାଭବ କବି ଗଙ୍ଗାଧର ମେହେରଙ୍କ ୧୬୦ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ପୂର୍ବତନ ସରପଞ୍ଚ ତଥା ସାହିତ୍ୟ ସଂସଦ ର ବରିଷ୍ଠ ସଦସ୍ୟ ହରି ନାରାୟଣ ମେହେର ମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ମୁଖ୍ୟ ବକ୍ତା ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ କର ଉପସ୍ଥିତଥିଲେ। ପ୍ରଥମେ ସ୍ୱାଭାବିକ କବି ଗଙ୍ଗାଧର ମେହେରଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ବଳନ କରାଯାଇ ଥିଲା। ଏହି ସମୟରେ ସଂସଦ ର ଦିଲିପ ସାଥୁଆ, ସୁଖୀ ଶ୍ଯାମ ସାଥୁଆ, ଗଂଗାଧର ମେହେର, ଅଲେଖ ପାତ୍ର, ପୂର୍ଣ୍ଣ ଚନ୍ଦ୍ର ମେହେର ପ୍ରମୁଖ ଓ ଗ୍ରାମବାସୀ ଉପସ୍ଥିତ ରହି ଥିଲେ ।ମୁଖ୍ୟ ବକ୍ତା ମୃତ୍ୟୁଞ୍ଜୟ କର କବି ଗଙ୍ଗାଧର ମେହେରଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ। ପରିଶେଷରେ ରେମଣ୍ଡା ସରପଞ୍ଚ ପ୍ରତିନିଧି ସଞ୍ଜୟ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୨୩/୮/୨୦୨୧----୬,୨୦
 Sakhigopal News. 23/8/2021

Blog Archive

Popular Posts