Breaking News

ପୋଖରୀ ରେ ବୁଡି ଜଣକ ମୃତ୍ୟୁ

 
 ଭଞ୍ଜନଗର– ଗାଙ୍ଗପୁର ଥାନା ଅନ୍ତର୍ଗତ ବାଙ୍ଗରଡା ଗାଁ ପୋଖରୀରେ ବୁଡି ଜଣକ ମୃତ୍ୟୁ । ଥାନା ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ  ବାଙ୍ଗରଡା ଗାଁ ର  ବିନାୟକ ନାୟକ (୪୦) ଙ୍କର ପାଣିରେ ବୁଡି ମୃତ୍ୟୁ ହୋଇଛି । ପୋଖରୀ କୁ ଗାଧୋଇବା କୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଛି । ସ୍ଥାନୀୟ ଲୋକେ ତାଙ୍କୁ ଉଧାର କରି ଆସିକା ମେଡିକାଲ ରେ ଭର୍ତ୍ତି କରିଥିବା ବେଳେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଗାଙ୍ଗପୁର ଥାନା ପୋଲିସ ୧୮/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ନେଇ  ଥାନାଧିକାରୀ ଧିରେଶ୍ କୁମାର ଦାସ ସୂଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୮/୨୦୨୧---୫,୦୦   Sakhigopal News,24/8/2021

Blog Archive

Popular Posts