Breaking News

୫୦ ହଜାର ଟଙ୍କା ପାଇଁ ମୋ ଭଉଣୀକୁ ମାରି ଦେଲେ ତା ଶାଶୁ, ଶଶୁର ଓ ନଣନ୍ଦ


 ସାକ୍ଷୀଗୋପାଳ --- ପଚାଶ  ହଜାରଟଙ୍କା ପାଇଁ ମୋ ଭଉଣୀକୁ ତା ଶାଶୁ, ଶଶୁର ଓ ନଣନ୍ଦ ମିଶିକି ମାରିଦେଲେ ବୋଲି  ବଡ ଭାଇ ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ  ସତ୍ୟବାଦୀ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର  ବଡହାଟ ମଠସାହି ଗ୍ରାମର କେଦାର ନାଥ ରାଉତରାୟଙ୍କ ପୁଅ କିଶୋର ( ମିଲନ) ରାଉତରାୟ( ୩୭)ଙ୍କୁ  କଣାସ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ଗୋକୁଳା ନନ୍ଦ ରାଉତରାୟଙ୍କ ଝିଅ ଗାୟତ୍ରୀ ରାଉତରାୟ(୩୪)  ବୈଦୀକରିତି ଅନୁସାରେ୨୦୧୪ ମସିହାରେ ବିବାହ କରିଥିଲେ । ସେ ସମୟରେ କଥା ଅନୁସାରେ ନଗଦ ୨.୫୦ ହଜାର ଟଙ୍କ।। ସହିତ ସୁନା ଅଳଙ୍କାର ଓ ଘରର ଆସବାପତ୍ର ସମସ୍ତ ଦିଆଯାଇଥିଲା । ବିଭାଘର ୧୬ ମଙ୍ଗଳାଦିନ କିଶୋର ଦୁବାଇ ପଳାଇଥିଲେ । ଗାୟତ୍ରୀ ଶାଶୁ , ଶଶୁରଙ୍କ ସହିତ ରହି ଆସୁଥିଲା ।ଦୁଇ ବର୍ଷ ପରେ କିଶୋର ପୁଣି ଘରକୁ ଫେରିଥିଲେ । ସେହିପରି ଦୁଇ ମାସ ଏଠାରେ ରହିବା ପରେ ପୁର୍ନବାର ଦୁବାଇ ଚାଲି ଯାଇଥିଲେ । ସେବେଠାରୁ ଆଉ ସିଲ ଘରକୁ ଫେରି ନାହାନ୍ତି । ଅନ୍ୟ ପକ୍ଷେ ମୋ ଭଉଣୀର ଶାଶୁ, ଶଶୁର ଓ ନଣନ୍ଦ ତାଙ୍କ ସ୍ୱାମୀ ମାନେ ୫୦ହଜାର ଟଙ୍କା ଆଣିବା ପାଇଁ ସବୁବେଳେ କହିବା ସହ ମାନସିକ , ଶାରୀରିକ ଯନ୍ତ୍ରଣା ଦେଇ ଆସୁଥିଲେ ।ଏ ସମ୍ପର୍କରେ ମୋ ସାନ ଭଉଣୀ  ଗାୟତ୍ରୀ ଫୋନ କରିଅନେକ ଥର କହିଛି । ପରେ ପରେ ଫୋନ ମଧ୍ୟ ଆଇ ଦେଲେ ନାହିଁକି ଆମ ଘରକୁ ଛାଡିଲେ ନାହିଁ । ଆଜି ବିଶେଷ ସୁତ୍ରରୁ ଖବର ପାଇଲୁ ଯେ ମୋ ଭଉଣୀ ଗାୟତ୍ରୀକୁ ଶାଶୁ, ଶଶୁର ଓ ନଶନ୍ଦ ମିଶିକି ମାରି ଦେଇଛନ୍ତି ।  ଗ୍ରାମରୁ ସାହିପଡିଶା ଲୋକଙ୍କୁ ଧରି ଆମେ ଆସି ପହଞ୍ଚିଲା ବେଳକୁ ମୋ ଉଭଣୀ ସାକ୍ଷୀଗୋପାଳ ମେଡିକାଲରେପଡିଛି ।  ଦୋଷୀ ମାନଙ୍କୁ ତୁରନ୍ତ ଧରାଯାଇ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଗଣେଶ୍ୱର ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଗ୍ରହଣ କରି ସତ୍ୟବାଦୀ ଥାନା ଅଧିକାରୀ ଦେବୀ ପ୍ରସାଦ ପାତ୍ର ଶବ ଜବତ କରିବା ସହ ଏକ କେସରୁଜ କରି ଶବ ବ୍ୟବଛେଦ ନିମନ୍ତେ ପୁରୀ ପଠାଇଥିବା ଜଣାପଡିଛି । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ଠାରୁ ସୁଚନା ମିଳିଛି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୮/୨୦୨୧--=-୯,୩୦  

Sakhigopal News, 23/8/2021

Blog Archive

Popular Posts