Breaking News

>>
  • କ୍ରାନ୍ତିପଡା ରେ ନଳକୂଅ ଦୀର୍ଘ ଦିନ ହେଲା ଅଚଳ
  • >>
  • ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି
  • >>
  • ଭାଗବତରେ ସମାଜ ଶିକ୍ଷା : ଆଲୋଚନା ଚକ୍ର ଅନୁଷ୍ଠିତ
  • >>
  • ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତୀ ପାରୁନାହିଁ ସରକାରି ଜମି ; ସାମାଜିକ ଅନୁଷ୍ଠାନର ଜମି ଜବରଦଖଲ ଅଭିଯୋଗ
  • >>
  • ବାଳିକା ସଚେତନତା ଶିବିର ଅନୁଷ୍ଠିତ
  • >>
  • ଜଟଣୀରେ ଜଳ ଯୋଗାଣ ବିପର୍ଯ୍ୟସ୍ଥ ; ବର୍ଷା ଦିନେ ଆସୁଛି ଗୋଳିଆ ପାଣି
  • >>
  • ୭୯ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
  • >>
  • ସାକ୍ଷୀଗୋପାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ, ୨୫୩ ପ୍ରକଳ୍ପ ରୁ ୫୪ଟି ପ୍ରକଳ୍ପ ସଙ୍କୁଳସ୍ତରକୁ ମନୋନୀତ
  • >>
  • ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଲେ ୨୦ ମାସର ଶିଶୁକନ୍ୟା 'ଶ୍ରେୟାଶିଂ'
  • >>
  • ଆସାମୀକୁ ଗିରଫ କରିବା ଦାବିରେ ; ଗଡିଶାଗୋଦା ଥାନା ସମ୍ମୁଖରେ ମହିଳା ମାନେ ଧାରଣା ଦେଲେ
  • >>
  • ମନ୍ଦିରର ତାଲା ଭାଙ୍ଗି ଦୁବୁର୍ତ୍ତ ଠାକୁରାଣିଙ୍କ ଆଖି ତାଡିନେବା ସହିତ ସମସ୍ତ ଆସବାସପତ୍ର ଲୁଟିନେଲେ
  • >>
  • ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ
  • >>
  • ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ଉ, ୧୯ ଗିରଫ
  • >>
  • ମାତିଲେଣି ଆତ୍ମ ଘୋଷିତ ସାମ୍ବାଦିକ , ମିଛ ଖବର ଛାପି ନିରୀହ ବ୍ୟକ୍ତିଙ୍କୁ କରୁଛନ୍ତି ବିଭ୍ରାଟ
  • >>
  • ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳରେ ଏଟିଭିଏମ ବ୍ୟବହାରରେ ପ୍ରଭାବଶାଳୀ ବୃଦ୍ଧି
  • ଅଳଗୁମ ଏ ଆର ଆଇଙ୍କୁ ମାଡ ମାରିବା ଅଭିଯୋଗରେ ସତ୍ୟବାଦୀ ଥାନାରେ ୫ ଅଟକ

    ସାକ୍ଷୀଗୋପାଳ--- ଫନି ତାଲିକାରେ ଅନିୟମିତତା ନେଇ କିଛି ଜନସାଧାରଣଙ୍କ ସହିତ ବିଜେଡି ଦଳର ଆଗ ଧାଡିର କର୍ମୀ ମାନେ ଏକଜୁଟ ହୋଇ ବିରୋଧ କରିଥିଲେ ।ଏହି ବିରୋଧରେ କିଛି ଅଧିକାରୀଙ୍କ ମୁଖା ଖୋଲିଯାଇଥିଲା । ମାତ୍ର ସେ ସମୟରେ ଅଳଗୁମ ଏ ଆର ଆଇ ନିକୁଞ୍ଜ ବିହାରୀ ଦାସଙ୍କୁ ମାଡ ମାରିବା ସହ ଜାତିଅଣା ନେଇ କିଛି ଯୁବକ ମାନେ ଗାଲି ଗୁଲଜ କରିଥବା ନେଇ ତହସିଲଦାରଙ୍କୁ ଜରିଆରେ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ । ମାତ୍ର ଆଜି ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ୫ଜଣ ଯୁବକଙ୍କୁ ଥାନାକୁ ଡକାଇଛନ୍ତି । ଏସଡିପିଓ ଦେବ ପ୍ରସାଦ ବରାଳ ସତ୍ୟବାଦୀ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ କ୍ଷିନ୍ନଭିନ୍ନ କରି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟ ପକ୍ଷେ ଥାନାକୁ ଡକାଯାଇଥବା ସୁନିଲ କୁମାର ପଣ୍ଡା କହିଛନ୍ତି ଯେ ସିସି ଫୁଟେଜ ଦେଖାଯାଉ ଯେଉଁମାନେ ଦୋଷୀ ସେମାନଙ୍କ ବିରୁଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ । ଏହା ସହିତ ସ୍ଥାନୀୟ ବିଧାୟକ, ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ, ତହସିଲଦାରଙ୍କ ଆଗରେ ସଦାନନ୍ଦପୁର ଆର ଆଇ ଜଣେ ଅଯୋଗ୍ୟ ଲୋକଙ୍କୁ ତହସିଲଦାରଙ୍କ କଥାରେ ଯୋଗ୍ୟ କରିଥିବା କଥା ସ୍ୱୀକାର କରିଥିଲେ  ମଧ୍ୟ ସେ ଆରଆଇ ଓ ତହସିଲଦାର କାହିଁକି ଗିରଫ ବା ନିଳମ୍ଭିତ ହୋଇନାହାନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ଶ୍ରୀ ପଣ୍ଡା । ଏହାର ଜବାବ ଆଗାମୀ ଦିନରେ ସତ୍ୟବାଦୀ ଜନସାଧାରଣ ମାଗିବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ବିଳମ୍ବିତ ରାତିରେ ଥାନାରେ ପିିଆରବଣ୍ଡ ରେ ଅଟକ ଥିବା ଯୁବକ ମାନେ ଆସିଥିବା ଜଣାପଡିଛି ।

     ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,  ୨୦/୮/୨୦୨୧---୯,୪୫ 

     Sakhigopal News, 20/8/2021

    Blog Archive

    Popular Posts