ଜାତୀୟ ରାଜପଥରେ ଖାଲ; ଅଳ୍ପକେ ବର୍ତ୍ତିଲେ ଦମ୍ପତି
ସାକ୍ଷୀଗୋପାଳ----= ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର ସମଜାଦପୁର ଓଭରବ୍ରିଜ ରାସ୍ତା ଉପରେ ବଡ ବଡ ଦୁଇଟି ଗାତ ସୃଷ୍ଟି ହୋଇଛି । ଯାହାକି ମଟର ସାଇକେଲ ଆରୋହୀ ଉକ୍ତ ଗାତରେ ପଡି ଦୁର୍ଘଟଣା ମାନ ଘଟୁଛି । ପୁରୀ ଜଗନ୍ନାଥ ମନ୍ଦିର ଖୋଲିଯିବା ପରେ ପ୍ରତିଦିନ ଶହ ଶହ ଗାଡି ମଟର ଏହି ରାସ୍ତା ଦେଇ ଯିବା ଆସିବା କରୁଛି । ପୁରୀକୁ ଯିବା ସମୟରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୁଚନାଯୋଗ୍ୟ ଯେ ଆଜି ସକାଳେ ଏକ ଦମ୍ପତି ଏକ ଅଟୋ ଯୋଗେ ପୁରୀକୁ ଯାଉଥିଲେ । ଗାଡିକୁ ଓଭରଟେକ କରିବା ସମୟରେ ଉକ୍ତ ଗାତରେ ଅଟୋଟି ପଡିଯାଇଥିଲା । ମାତ୍ର ଅଟୋଟି ଓଲଟୁ ଓଲଟୁ ରହିଯିବାରୁ ଅଳ୍ପର୍କେ ରକ୍ଷା ପାଇଯାଇଥିଲେ ଦମ୍ପତି । ଅନ୍ୟ ପକ୍ଷେ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ରାସ୍ତା ଉପରେ ଗାତ ସୃଷ୍ଟି ହୋଇଥିଲେ ମଧ୍ୟ ବିଭାଗୀୟ କତୃପକ୍ଷଙ୍କ ଦେଖି ନ ଦେଖିଲା ପରି ରହୁଛନ୍ତି । ସେହିପରି ବ୍ରିଜ ଉପରେ କୁଡ କୁଡ ବାଲି , ଗୋଡି, ବଜ୍ୟବସ୍ତୁ ଜମା ହୋଇ ରହିଛି । ତାହା ସଫା କରାଯାଉନାହିଁ । ଏଥିପାଇଁ ଅର୍ଥ ବିଲ କରାଯାଉଛି ବୋଲି ଶୁଣିବାକୁ ମିଳୁଛି । ତୁରନ୍ତ ପୁରୀ ଜିଲ୍ଲାପାଳ ଏ ଦିଗପ୍ରତି ନଜର ଦେବାକୁ ଦାବି ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୮/୨୦୨୧---୮,୪୦ Sakhigopal News, 26/8/2021