Breaking News

ଜଟଣୀ ପୌରପରିଷଦର ଅଜବ ନିୟମ ; ପୁରାତନ ଡ୍ରେନ ର ପୁନଃରୁଦ୍ଧାର ନ କରାଯାଇ ଚାଲିଛି ନୂତନ ଡ୍ରେନ ନିର୍ମାଣ , ୱାର୍ଡ ବାସିନ୍ଦାଙ୍କ ଅସନ୍ତୋଷ




ଜଟଣୀ:--ଜଟଣୀ ପୌରପରିଷଦ ଅନ୍ତର୍ଗତ ୨୩ ଗୋଟି ୱାର୍ଡରେ ଥିବା ଡ୍ରେନ ଗୁଡିକର ଅବସ୍ଥା ଅତି ଶୋଚନୀୟ ଅବସ୍ଥାରେ ପଡିରହିଅଛି l ସହରର ମୁଖ୍ୟ ରାସ୍ତା ଖୋର୍ଦ୍ଧା ରୁ ପିପିଲି ସଂଯୋଗ କରୁଥିବା ରାସ୍ତା ଯାହାକି ବ୍ଲକଛକ ଠାରୁ ସୀତାରାମ ଛକ ପର୍ଯ୍ୟନ୍ତ ଲମ୍ବିଥିବା ଡ୍ରେନର ବର୍ତ୍ତମାନ ସୁଦ୍ଧା ପରିଷ୍କାର କରାଯାଇ ତାର ପୁନଃରୁଦ୍ଧାର ହୋଇପାରିନାହିଁ l ୩ ନଂ ୱାର୍ଡର ଅରବିନ୍ଦ ମାର୍ଗ ଠାରୁ ଦୁର୍ଗା ମାର୍କେଟ, ୱାର୍ଡ ନଂ ୫ ରାଜାବଜାର ଥିବା ଡ୍ରେନର କିଛି ଭାଗ ସଫା ହୋଇ ନାଳରୁ ବାହାରିବା ଅଳିଆ ଆବର୍ଜନା ଗୁଡିକୁ ପୌରପରିଷଦ ଗାଡ଼ିରେ ବୁହା ନ ଯିବା ଫଳରେ କାଳ ବୈଶାଖୀ ବର୍ଷାରେ ସେହି ଅଳିଆ ଆବର୍ଜନା ଗୁଡିକ ପୁଣି ନାଳରେ ପଡି ଜାମ ହେଉଛି l ଫଳରେ ଡ୍ରେନ ଗୁଡିକ ତାର ପୂର୍ବ ଅବସ୍ଥାକୁ ଫେରି ଆସୁଛି l ୱାର୍ଡ ନଂ ୭ ବାଲିଚ୍ଛକ ସାହିର ମୁଖ୍ୟ ରାସ୍ତା ଡାକ୍ତର ବିକ୍ରମ ଖୟାଁ ଘର ଠାରୁ ମୁରଲୀ ମହାନ୍ତି ଘର ପର୍ଯ୍ୟନ୍ତ ଡ୍ରେନ ର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି l ଡ୍ରେନ ସମ୍ପୂର୍ଣ୍ଣ ଖୋଳି ହୋଇ ଭଗ୍ନ ଅବସ୍ଥାରେ ପଡ଼ିରହିଛି l ଡ୍ରେନ ର ଅଧିକାଂଶ ଭାଗରେ ସ୍ଲାବ ମଧ୍ୟ ନାହିଁ l ରାସ୍ତାଟି ସମ୍ପୂର୍ଣ୍ଣ ସଂକୀର୍ଣ୍ଣ ଥିବାରୁ ଦୁଇଟି ଗାଡି ଏକାକାଳୀନ ଯିବା ସମୟରେ ଭାରସାମ୍ୟ ହରାଇ ଡ୍ରେନରେ ପଡି ଛୋଟ ଛୋଟ ଦୁର୍ଘଟଣା ଘଟିଥାଏ l ବାଳିକା ବିଦ୍ୟାଳୟ ଠାରୁ ରେତଙ୍ଗ କଲୋନୀ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ମାଡି ବସି ଦୋକାନ ଗୃହ କରିଥିବା ଲୋକଙ୍କଠାରୁ ରାସ୍ତାର ପୁନଃରୁଦ୍ଧାର ନ କରି ରସ୍ତାକୁ ସଂକୀର୍ଣ୍ଣ କରି ଅଙ୍କାବଙ୍କା ଭାବେ ଡ୍ରେନ ନିର୍ମାଣ ସମ୍ପୂର୍ଣ୍ଣ ନ ହେବା ଫଳରେ ଅର୍ଦ୍ଧ ନିର୍ମିତ ଡ୍ରେନ ଗୁଡିକ ଅଳିଆ ଆବର୍ଜନାରେ ପୋତି ହୋଇଗଲାଣି l ଏପରି ଗଜପତି ନଗର, ମୁଣ୍ଡିଆସାହି, ଫକଡ଼ ବସ୍ତି, ମାଛ ମାର୍କେଟ, ଅନେକ ସ୍ଥାନରେ ଡ୍ରେନର ଅବସ୍ଥା ଅତି ଶୋଚନୀୟ l ସହରର ସମସ୍ତ ଡ୍ରେନ ଗୁଡିକ ସମ୍ପୂର୍ଣ୍ଣ ପୋତି ହୋଇଯିବା ଫଳରେ ବର୍ଷା ହେଲେ ଉପର ମୁଣ୍ଡର ସମସ୍ତ ନର୍ଦ୍ଦମା ଜଳ ବହି ଆସି ଭୁତଳ ରାସ୍ତାରେ ଜମା ହୋଇ ଦୀର୍ଘ ସମୟ ରାସ୍ତା ବିଛିନ୍ନ ହୋଇପଡୁଛି l ସହରର ପରିମଳ ପାଇଁ ପୌରପରିଷ ଏକ ଠିକା ସଂସ୍ଥା ମାଧ୍ୟମରେ ମାସିକ ୨୨ରୁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ସ୍ଥଳେ ପରିମଳ ବ୍ୟବସ୍ଥା ଭିତ୍ତିହୀନ ବୋଲି ଜଣାଯାଏ l ଯେଉଁଠି ପୂର୍ବରୁ ୧୩୭ ଜଣ ସଫେଇ କର୍ମଚାରୀ କାମ କରୁଥିଲେ ବର୍ତ୍ତମାନ ୨୪୭ ଜଣ ଠିକା କର୍ମଚାରୀ ଅଛନ୍ତି । ମାତ୍ର ସଫେଇ ଠାରୁ ଆରମ୍ଭ କରି ଡ୍ରେନର ପୁନଃରୁଦ୍ଧାର କାର୍ଯ୍ୟ ସଠିକ ଭାବେ ହେଉନାହିଁ l ଡ୍ରେନ ଗୁଡିକର ପୁନଃରୁଦ୍ଧାର କରାନ ଯାଇ ୱାର୍ଡ ନଂ ୮ଏବଂ ୱାର୍ଡ ନଂ ୧୧ରେ ନୂତନ ଡ୍ରେନ ନିର୍ମାଣକୁ ନେଇ ଚର୍ଚ୍ଚା ଯୋର ଧରିଛି l ବୁଦ୍ଧିଜୀବୀଙ୍କ ମତରେ ଜଟଣୀ ପୌରପରିଷଦ ଦୁର୍ନୀତିର ଗନ୍ତାଘର ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ l ପୌର ପରିଷଦର ଯନ୍ତ୍ରିଠାରୁ ଆରମ୍ଭ କରି ଠିକାଦାର, ସୁପରଭାଇଜର, ନିର୍ବାଚିତ ପ୍ରତ୍ୟକ ୱାର୍ଡ କାଉନସିଲର, ପୌରାଦ୍ଧକ୍ୟ ସମସ୍ତେ ଏକାକାର ହୋଇ ଲୁଟି ଚାଲିଛନ୍ତି l ଏଥର ମୌସୁମୀ ବର୍ଷାରେ ଜଟଣୀ ସହର ସମ୍ପୂର୍ଣ୍ଣ ଭାସିବ ଏଥିରେ ସନ୍ଦେହ ନାହିଁ l ପୌରପ୍ରଶାସନ କେବେ ଏଥିପ୍ରତି ସଜାଗ ହୋଇ ଯୁଦ୍ଧକାଳୀନ ଭିତ୍ତିରେ ଡ୍ରେନ ଗୁଡିକୁ ପୁନଃରୁଦ୍ଧାର କରୁଛନ୍ତି ତାହା ଦେଖିବାର ବାକିରହିଲା ବୋଲି ଜନସାଧାରଣ ମତ ପ୍ରକାଶ ପାଇଛି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୬/୬/୨୦୨୫---୯,୧୦ Sakhigopal News,6/6/2025

Blog Archive

Popular Posts