Breaking News

ଓଡଗାଁ ଶ୍ରୀରଘୁନାଥଙ୍କ ଭଜନ ଲୋକାର୍ପିତ




ଓଡଗାଁ--- ସ୍ୱର୍ଣ୍ଣ ତୁଳସୀ କ୍ଷେତ୍ର ଭାବେ ପ୍ରସିଦ୍ଧ ଲାଭ କରିଥିବା ଓଡଗାଁ ବିଜେ ଶ୍ରୀରଘୁନାଥଙ୍କ ଉଦ୍ଦେଶ୍ଯରେ ଓଡଗାଁ ମାଟିର କବି ଲୋକନାଥ ମିଶ୍ରଙ୍କ ରଚିତ ଶ୍ରୀରଘୁନାଥଙ୍କ ଭଜନ ମନ୍ଦିର ପ୍ରାଙ୍ଗଣ ରେ ଲୋକାର୍ପିତ ହୋଇଯାଇଛି। 
              ଏହି ଭଜନଟି ଇଣ୍ଡିଆନ ମ୍ୟୁଜିକ କ୍ରିଏସନ ଦ୍ୱାରା ପ୍ରସ୍ତୁତ ହୋଇଥିବା ବେଳେ,ସଙ୍ଗୀତ ପରିଚାଳନା କରିଛନ୍ତି ଅଶୋକ ସାହୁ, କଣ୍ଠଦାନ କରିଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାସ। ଏହି ଭଜନ ଲୋକାର୍ପଣ ଉସ୍ଛବ ରେ କବି ଶରତ ଚନ୍ଦ୍ର ସାହୁ, କଣ୍ଠଶିଳ୍ପୀ ଯଶୋବନ୍ତ ପଟ୍ଟନାୟକ, ରଞ୍ଜନ କୁମାର ଦାସ, ରବିନ୍ଦ୍ର ତ୍ରିପାଠୀ, ପ୍ରମୋଦ କୁମାର ପଣ୍ଡା, କବି ସାରସ କୁମାର ମିଶ୍ର, ମନ୍ଦିର ସୁପରଭାଇଜର ଜିତେନ୍ଦ୍ର କୁମାର ମିଶ୍ର, ବିଜୟ କୁମାର ଦାସଙ୍କ ସମେତ ବହୁ କବି ଓ କଣ୍ଠଶିଳ୍ପୀ ଯୋଗଦେଇଥିଲେ। ଶ୍ରୀରଘୁନାଥଙ୍କ ଏହି ଭଜନ ଟି ଲୋକମାନଙ୍କ ମନକୁ ସ୍ପର୍ଶ କରିପାରିବ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। 

ଓଡଗାଁ ରୁ ଦିଲ୍ଲୀପ୍ କୁମାର ବିଶୋଇଙ୍କ ରିପୋର୍ଟ
-୨୭/୮/୨୧----- ୧୨,୨୦
 Sakhigopal News, 27/8/2021

Blog Archive

Popular Posts