ଓଡଗାଁ ବ୍ଳକରେ ରାକ୍ଷୀ ପୂର୍ଣିମା ଓ ଗହ୍ମାଡିଆଁ ପର୍ବ ପାଳିତ
ଓଡଗାଁ----ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଭାଇ ଓ ଭଉଣୀ ସ୍ନେହର ପବିତ୍ର ଦିନ । ଭଉଣୀ ଭାଇର ମଙ୍ଗଳ କାମନା କରି ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ । ଗାଁ ରୁ ସହର ସବୁଠି ଆଜିର ଦିନରେ ଏହି ପର୍ବ ପାଳନ କରାଯାଇଥାଏ। ପୌରାଣିକ କଥାନୁସାରେ ପ୍ରଭୁ ବଳଭଦ୍ରଙ୍କ ଆଜି ହେଉଛି ଜନ୍ମ ଦିବସ। ତେଣୁ ଆଜିର ଦିନରେ ଗୋମାତା କୁ ଗାଧେଇ ଦିଆଯିବ ପରେ ସିନ୍ଦୁର, ଫୁଲ ଇତ୍ୟାଦି ରେ ସୁସଜ୍ଜିତ କରି ପୂଜା କରାଯାଇଥାଏ।
ଆଜି ସବୁଠି ରାକ୍ଷୀ ପୂର୍ଣ୍ଣମୀ ପାଳିତ ହୋଇଛି। ଏହି ସବୁ ଭିତରେ ଓଡଗାଁ ବ୍ଳକ ର ବିଭିନ୍ନ ଗାଁ ରେ ମଧ୍ଯ ଏହାକୁ ଆଡମ୍ବର ସହିତ ପାଳନ କରାଯାଇଛି। ଓଡଗାଁ ବ୍ଳକ ପାଣ୍ଡେରିପଡା ପଞ୍ଚାୟତର ଦେଓଗାଁ ଗ୍ରାମରେ ଉକ୍ତ ରାକ୍ଷୀ ପୂର୍ଣ୍ଣିମା ସହିତ ଗହ୍ମାଡିଆଁ ପର୍ବ ପାଳିତ ହୋଇଯାଇଛି । ଦିନରେ ଭାଇ ହାତରେ ଭଉଣୀ ସ୍ନେହର ପବିତ୍ର ରାକ୍ଷୀ ବାନ୍ଧିବା ପରେ ଉପରବେଳା ଗ୍ରାମର ପିଲାମାନେ ବାଉଁଶ ରେ ବିଭିନ୍ନ ଜିନିଷ, ସ୍କେଲ, ପେନ୍ସିଲ, ରବର, ପେନ ଇତ୍ୟାଦି ଜିନିଷ ବନ୍ଧାଯାଇଥିଲା । ପିଲାମାନେ ହାତ ନ ଲଗାଇ ଡେଇଁ ତାକୁ ଧରିବା ପାଇଁ ଚେଷ୍ଟା କରୁଥିଲେ। ଏହାସହ ଗ୍ରାମର ଚାଷୀ ମାନେ ନିଜ ନିଜ ଗୁହାଳ ରେ ବାନ୍ଧି ଥିବା ଗୋମାତାଙ୍କୁ ଫୁଲ, ଚନ୍ଦନ, ରେ ସୁସଜ୍ଜିତ କରି ଗୋମାତାଙ୍କୁ ପୂଜା କରିଥିଲେ। ବାସ୍ତବରେ ଏହି ରାକ୍ଷୀ ପୂର୍ଣିମା ଗାଁ ରୁ ସହର ସବୁଠି ସ୍ନେହ, ଭଲପାଇବା ର ପ୍ରତୀକ ଭାବେ ପ୍ରତିବର୍ଷ ପାଳିତ ହୋଇଥାଏ।
ଓଡଗାଁ ରୁ ଦିଲ୍ଲୀପ କୁମାର ବିଶୋଇଙ୍କ ରିପୋର୍ଟ
ତା-୨୨/୮/୨୦୨୧-----୯,୧୫ Sakhigopal News, 22/8/2021