ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ଵାରା ସଦ୍ଭାବନା ଦିବସ ପାଳନ
ଜଟଣୀ --ସମସ୍ତ ଧର୍ମ, ଭାଷା ଏବଂ କ୍ଷେତ୍ରର ଜନସାଧାରଣଙ୍କ ମଧ୍ୟରେ ଜାତୀୟ ସ°ହତି ତଥା ସାମ୍ପ୍ରଦାୟିକ ସୈ।ହାର୍ଦ୍ଦ୍ୟକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ସ୍ମୃତି ରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା ସଦ୍ଭାବନା ଦିବସ ପାଳନ କରାଯାଇଛି ।ଏହି ଅବସରରେ “ସଦ୍ଭାବନା ଦିବସ ଶପଥ” ଖୋର୍ଦ୍ଧା ରୋଡ଼ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ, ଶ୍ରୀ କଲ୍ୟାଣ ପଟ୍ଟନାୟକ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା), ଶ୍ରୀ ଅଶୋକ କୁମାର, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଓପି), ଶାଖା ଅଧିକାରୀ ତଥା କର୍ମଚାରୀ ମାନେ ନେଇ ଥିଲେ । ଜାତି, କ୍ଷେତ୍ର, ଧର୍ମ କିମ୍ବା ଭାଷା ନିର୍ବିଶେଷରେ ଆବେଗ ପ୍ରବଣ ସହିତ ଏକତାବଦ୍ଧ ହୋଇ କାର୍ଯ୍ୟ କରିବାକୁ ତଥା ଭାରତର ସମସ୍ତ ଲୋକଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଏବଂ ଅହିଂସା ଏବଂ ସାମ୍ବିଧାନିକ ଉପାୟ ମାଧ୍ୟମରେ ବାର୍ତ୍ତାଳାପ କରି ମତଭେଦ ସମାଧାନ କରିବାକୁ ସମସ୍ତେ ଶପଥ ନେଇଛନ୍ତି । ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ବିଭିନ୍ନ ରେଳ ଷ୍ଟେସନରେ କର୍ମଚାରୀମାନେ ମଧ୍ୟ ସଦ୍ଭାବନା ଦିବସ ପାଳନ କରିଥିଲେ। ଶ୍ରୀ ରଂଜନ କୁମାର ମହାନ୍ତି, ଖୋର୍ଦ୍ଧା ରୋଡ଼ ମଣ୍ଡଳର ବରିଷ୍ଠ କାର୍ମିକ ଅଧିକାରୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୦/୮/୨୦୨୧-----୧୦,୨୦ Sakhigopal News,20/8/2021