Breaking News

>>
  • ମକରା ନଦୀରେ କୁମ୍ଭୀର ଆତଙ୍କ ; ବନ ବିଭାଗ ଓ ପୁଲିସ କୁମ୍ଭୀରକୁ ଖୋଜି ଖୋଜି ନୟାନ୍ତ
  • >>
  • ସାତ ରଙ୍ଗ ଓ ସାତଟି ଗଳ୍ପର ଚଳଚିତ୍ର ଇନ୍ଦ୍ରଧନୁ
  • >>
  • କୋଣାର୍କର ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମଲ୍ଲିକ ଙ୍କ ଦେହାନ୍ତ
  • >>
  • ସତ୍ୟବାଦୀର ସାରଙ୍ଗାଯୋଡ଼ି ରେ କୁକୁଡ଼ା ମଡକ ; ହତାସ ଚାଷୀ କୁଳ
  • >>
  • ଶିଶୁମାନେ ହିଁ ଦେଶର ଉଜ୍ଜ୍ୱଳ ଭବିଷ୍ୟତ
  • >>
  • ସତ୍ୟବାଦୀ ରେ ପୁଣି ଲଜ୍ୟା, ନାବାଳିକା ଙ୍କୁ ଦୁର୍ଗମ ଅଭିଯୋଗ
  • >>
  • ସତ୍ୟବାଦୀ ରେ ନିଶାକୁ ନା କାର୍ଯ୍ୟକ୍ରମ ଅନୁଷ୍ଠିତ
  • >>
  • ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ଯୌନ ଉତ୍ପୀଡ଼ନ ସମ୍ବନ୍ଧୀୟ ସଚେତନତା କର୍ମଶାଳା
  • >>
  • ଆଭ୍ୟନ୍ତରୀଣ ଅଭିଯୋଗ କମିଟିତରଫରୁ ଯୌନ ଉପୂୀଡନ ସମ୍ପର୍କିତ ଏକ ସଚେତନତା କର୍ମଶାଳା
  • >>
  • ଆଇନଜୀବୀ ଉପେନ୍ଦ୍ର ବିଶ୍ଵାଳଙ୍କ ପିତୃ ବିୟୋଗ
  • >>
  • ବଳଙ୍ଗା ଥାନା ଘଟଣା, ଚବିଶ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ ; ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଦାବି କଲା କଂଗ୍ରେସ
  • >>
  • ଗ୍ୟାଲେରୀ କଲେଜ ରେ ଯୌନ ନିର୍ଯାତନା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ
  • >>
  • ଶ୍ରୀ ବତ୍ସ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ସହିତ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ
  • >>
  • କଣାସ ଅଞ୍ଚଳରୁ ୩ମାସ ହେଲା ଝାଡାବାନ୍ତି ପିଛାଛାାଡୁନି; ଆଜି ୧୦ ଆକ୍ରାନ୍ତ
  • >>
  • ଅଗ୍ନିକାଣ୍ଡଘଟି ୨ବଖରା ଘର ଜଳିଗଲା
  • ଓଡଗାଁ କୁ ସବଡିଭିଜନ ମାନ୍ଯତା ଦାବି କଲା କଂଗ୍ରେସ




    ଓଡଗାଁ---ଓଡଗାଁ କୁ ସବଡିଭିଜନ ଦାବି ସହ ଓଡଗାଁ କୁ ପୁଣି OSRTC  ବସ କାର୍ଯ୍ୟକ୍ଷମ ପାଇଁ ଦାବି କରିଛି ବ୍ଳକ କଂଗ୍ରେସ।  ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବଗାନ୍ଧୀଙ୍କ ୭୭ତମ ଜନ୍ମଜୟନ୍ତୀ ଅବସରରେ ଓଡଗାଁ ବ୍ଳକ କଂଗ୍ରେସ ତରଫରୁ ସ୍ଥାନୀୟ ଦଲକ ସାହି ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ଦାସ ସ୍ୱର୍ଗତ ରାଜୀବଗାନ୍ଧୀଙ୍କ ଫଟୋରେ ପୁଷ୍ପ ମାଲ୍ୟ ଅର୍ପଣ କରି ବୈଠକଟିକୁ ଆଗେଇ ନେଇଥିଲେ ।  ସଭାରେ କଂଗ୍ରେସ ର ବିଭିନ୍ନ ଯୋଜନା କୁ ଉଭୟ ବିଜେଡି ଓ ବିଜେପି ସରକାର ନିଜ ନାଁ ରେ କରି ଲୋକମାନଙ୍କୁ ହଇରାଣ କରୁଛନ୍ତି । ବିଜେଡି ଓ ବିଜେପି ଉପରେ ବର୍ଷିଥିଲେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାସ। 
                     ଏହା ସହ ବ୍ଳକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ ମଧ୍ଯ ଓଡଗାଁ କୁ ସବଡିଭିଜନ ଦାବି ସହ ଓଡଗାଁ ରେ ପୁଣି OSRTC ବସ କାର୍ଯ୍ୟକ୍ଷମ ପାଇଁ ଦାବି ଉଠାଇଥିଲେ ।। ଏହା ସହ ଦୀର୍ଘ ବର୍ଷ ଧରି ନୟାଗଡ଼ ରେ ଶାସନ କଲେ ମଧ୍ଯ ଓଡଗାଁ କୁ ସବଡିଭିଜନ ମାନ୍ଯତା ପାଇଁ ଆନ୍ତରିକତା ନଥିବା କହି ବିଜେଡି ଉପରେ ଦୋଷାରୋପ କରିଛନ୍ତି । ଆଗମୀ ଦିନରେ ଯଦି ସରକାର ଓଡଗାଁ କୁ ସବଡିଭିଜନ ମାନ୍ଯତା ନ ଦିଅନ୍ତି ଓ ଓଡଗାଁ ରେ  OSRTC  ବସ ପୁଣି କାର୍ଯ୍ୟକ୍ଷମ ନ କରନ୍ତି, ତାହେଲେ କଂଗ୍ରେସ ବ୍ଳକ ଘେରାଉ ସହ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ନେବ ବୋଲି ଗଣମାଧ୍ୟମ ଜରିଆରେ ବ୍ଳକ କଂଗ୍ରେସ ସଭାପତି ଶ୍ରୀ ନାୟକ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମ ରେ ପୂର୍ବରୁ କଂଗ୍ରେସ ଦଳ ଛାଡିଥିବା ଦୁଇ ଜଣ ବରିଷ୍ଠ ନେତା ଭଗବାନ ଆଚାର୍ଯ୍ୟ ଓ ଫକୀର ପରିଡା ପୁଣି କଂଗ୍ରେସ ଦଳ କୁ ଘର ବାହୁଡା କରିଥିଲେ। 
                      ଏହି ବୈଠକ ରେ ଅତିଥି ଭାବେ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ଦାସ, ଉପସଭାପତି ପ୍ରସାନ୍ତ ପାଇକରା, କାର୍ଯ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର, ବ୍ଳକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ଫକୀର ପରିଡା, ଭଗବାନ ଆଚାର୍ଯ୍ୟ ପ୍ରମୁଖ ବରିଷ୍ଠ କଂଗ୍ରେସ ନେତାମାନେ ଯୋଗ ଦେଇଥିଲେ ।

    ଓଡ଼ଗାଁ ରୁ ଦିଲ୍ଲୀପ୍ କୁମାର ବିଶୋଇଙ୍କ ରିପୋର୍ଟ
    -୨୦/୮/୨୦୨୧ ୯--୪୦ 
    Sakhigopal News, 20/8/2021

    Blog Archive

    Popular Posts