ଯୋର ମଧ୍ୟରେ କାର ପଶିଯିବାରୁ ଦୁଇଜଣଙ୍କର ମୃତ୍ୟୁ
ସାକ୍ଷୀଗୋପାଳ ---= ସାକ୍ଷୀଗୋପାଳ-- ଅଳଗୁମ ରାସ୍ତାର ଖଣ୍ଡୁଆଳ ଛକ ନିକଟରେ ଏକ କାର ରାସ୍ତା କରରେ ଥିବା ଦଳପୂର୍ଣ୍ଣ ଯୋର ମଧ୍ୟକୁ ପଶିଯିବାରୁ କାରରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ଉକ୍ତ କାରରେ ତିନିଜଣ ଯୁବକ ଥିବା ଜଣାପଡିଛି । ଜଣେ ଏହି ଦୁର୍ଘଟଣାରୁ ବଞ୍ଚିଯାଇଥିବା ସତ୍ୟବାଦୀ ପୋଲିସ ଠାରୁ ସୁଚନା ମିଳିଛି । ଦୁର୍ଘଟଣା ଗସ୍ତ କାରନଂ ଓଆର- ୦୨- ବି. ଏଫ- ୨୨୫୧ ବୋଲି ଜଣାପଡିଛି । ସୁଚନାଯୋଗ୍ୟ ଯେ ସତ୍ୟବାଦୀ ଥାନା ଅନ୍ତର୍ଗତ ସିଂଘାକୁଦା ଗ୍ରାମର ଗୋଖର ବିଶ୍ୱାଳଙ୍କ ଝିଅ ବ୍ରହ୍ମପୁରର,୧- ଦିଗପହଣ୍ଡି ରୋଡର କାଶୀନଗର ସାହିର ମହେଶ କୁମାର ସାହୁଙ୍କୁ ବାହା ହୋଇଥିଲେ । ମହେଶ ତାଙ୍କ ଦାଦା ଉଦୟ ନାଥ ସାହୁଙ୍କସହିତ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବୃନ୍ଦାବନଚନ୍ଦ୍ର ଶାସନ ଗ୍ରାମର ରବି ପ୍ରସାଦ ଦାସଙ୍କୁ ଧରି ସିଂଘାକୁଦା ଶଶୁର ଘର ବୁଲିବାକୁ ଆସିଥିଲେ । ଏଠାରେ ମହେଶଙ୍କ ସ୍ତ୍ରୀ ରହିଛନ୍ତି । ଆଜି ସାକ୍ଷୀଗୋପାଳ ବଜାର ବୁଲିକି ଘରକୁ ଅପରାହ୍ନରେ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ଲୋକମାନେ ତୁରନ୍ତ ପାଣି ମଧ୍ୟରେ ପଶି କାରରୁ ଏମାନଙ୍କୁ ଉଦ୍ଦାର କରଥିଲେ । ସାକ୍ଷୀଗୋପାଳ ମେଡିକାଳକୁ ଆମ୍ବୁଲାନସରେ ଚିକିତ୍ସା ପାଇଁ ପଠାଯାଇଥିବା ବେଳେ ଡାକ୍ତର ମହେଶ ଓ ରବିଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ମହେଶ ଓ ତାଙ୍କ ସାଙ୍ଗର ମୃତ୍ୟୁ ହୋଇଥିବା ବେଳେ ଦାଦା ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ପୋଲିସ ଖବର ପାଇ ଶବ ଦୁଇଟିକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି । ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ ଦ୍ୱାରା କାରଟିକୁ ପାଣିରୁ କାଡି ଥାନାକୁ ଆଣିଛନ୍ତି । ଅନ୍ୟ ମୃତ୍ୟ ଯୁବକ ଜଣଙ୍କର ପରିଚୟ ପାଇଁ ବ୍ରହ୍ମପୁର ଥାନା ସହିତ ଯୋଗାଯୋଗ ସତ୍ୟବାଦୀ ପୋଲିସ ଜାରି ରଖିଥବା ଜଣାପଡିଛି ।
ସାକ୍ଷୀଗୋପାଳ, ୨୯/୮/୨୦୨୧-----୯,୪୫ , Sakhigopal News,29/8/2021