Breaking News

ଲକଡାଉନ ପୂର୍ବରୁ ନିଆ ଯାଉଥିବା ରେଳଭଡା ସହିତ ପାସେଞ୍ଜର ଟ୍ରେନ ନିୟମିତ କରିବା ପାଇଁ ଦାବି

ଡେଲାଙ୍ଗ----ଲକଡାଉନ ପୂର୍ବରୁ ପାସେଞ୍ଜର
ଟ୍ରେନରେ ଡେଲାଙ୍ଗ ଠାରୁ ଖୋର୍ଧା ରୋଡ଼,ଭୁବନେଶ୍ୱର
ପର୍ଯ୍ୟନ୍ତ ୧୦ ଟଙ୍କା ଭଡା ଥିଲା ।ସେହିଭଳି ଡେଲାଙ୍ଗ ଠାରୁ ସାକ୍ଷୀଗୋପାଳ,ପୁରୀ ଯାଏ ମଧ୍ୟ ୧୦ଟଙ୍କା ଟିକେଟ ଦାମ ଥିଲା। ବର୍ତ୍ତମାନ ସ୍ପେଶାଲ ଟ୍ରେନ
ନାଁରେ ପାସେଞ୍ଜର ଗାଡିର ଭଡା ଡେଲାଙ୍ଗ ଠାରୁ ଡାଉନ ପଟେ ଭୁବନେଶ୍ୱର ପର୍ଯ୍ୟନ୍ତ ଯେକୌଣସି ଷ୍ଟେସନକୁ ଗଲେ ୩୦ ଟଙ୍କା କରା ଯାଇଛି । ସେହିପରି ଡେଲାଙ୍ଗ ଠାରୁ ପୁରୀଯାଏ ଯେକୌଣସି ଷ୍ଟେସନ ପର୍ଯ୍ୟନ୍ତ ଗଲେ ୩୦ ଟଙ୍କା କରା ଯାଇଛି। ଅନ୍ୟପକ୍ଷରେ ଏକ୍ସପ୍ରେସ ଗାଡିର ଭଡା ମଧ୍ୟ ଡେଲାଙ୍ଗ ଠାରୁ ଭୁବନେଶ୍ୱର ଓ ପୁରୀ ଯାଏ ୨୮ ଟଙ୍କା ପରିବର୍ତ୍ତେେଏବେ ତାହା ବର୍ଦ୍ଧିତ ହୋଇ 
୪୫ଟଙ୍କା କରା ଯାଇଛି ।  ଅତିରିକ୍ତ ଭଡା ପାଇଁ ଲୋକମାନେ  ଯାତାୟତ କରିପାରୁନାହାନ୍ତି। ଆବଶ୍ୟକ
ଅନୁଯାଇ ଗାଡି ଚାଲୁ ନାହିଁ।ଯାତ୍ରୀ ହେଉ ନାହାନ୍ତି ଦର୍ଶାଇ ଗାଡି ଚଳାଚଳ ବନ୍ଦ କରାଯାଉଛି।ଲୋକମାନେ 
ନାହିଁନଥିବା ଅସୁବିଧାର ସମୁଖୀନ ହେଉଛନ୍ତି।ଏହିଭଳି
ପରିସ୍ଥିତିରେ ପୂର୍ବଭଳି ଗାଡିଯାତାୟତ ନ କଲେ ଆନ୍ଦୋଳନ ରାସ୍ତାକୁ ଲୋକମାନେ ବାଧ୍ୟ ହୋଇ
ଓଲ୍ହାଇବେ ବୋଲି ଅଲ ଇଣ୍ଡିଆ କିଷାନ କ୍ଷେତ 
ମଜ଼ଦୂର ସଂଗଠନ (ଏ,ଆଇ,କେ,କେ,ଏମ,ଏସ)
ଓଡିଶା ରାଜ୍ୟ ସମ୍ପାଦକ ତଥାଏସ,ୟୁ,ସି,ଆଇ (କମ୍ୟୁନିଷ୍ଟ)ନେତା କମ୍ରେଡ଼ ରଘୁନାଥ ଦାସ ରେଳ କତ୍ତୃପକ୍ଷଙ୍କୁ ଚେତାବନୀ ଦେଇଛନ୍ତି। 
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି, ୨୦/୮/୨୦୨୧----୯,୩୦ Sakhigopal News,20/8/2021

Blog Archive

Popular Posts