ସମ୍ପୁର୍ଣ୍ଣ ନିଶା ନିବାରଣ ପାଇଁ ପୂଜ୍ୟ ପୂଜା ସଂସଦ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ
ଭୁବନେଶ୍ଵର ---- ରାଜ୍ୟ ସରକାରଙ୍କ ନିଶା ପ୍ରସାର ନୀତି ଓ କାର୍ଯ୍ୟକ୍ରମ କାରଣରୁ ଆଜି ସମଗ୍ର ରାଜ୍ୟରେ ସାମାଜିକ ଜୀବନ କଳୁଷିତ ହେଉଛି ।ଏହା ସାଙ୍ଗକୁ ବହୁ କ୍ଷେତ୍ରରେ ବ୍ୟକ୍ତିଗତ ଅର୍ଥନୈତିକ ସ୍ଥିତି ଭୁସୁଡି ପଡୁଛି ବୋଲି ପୂଜାପୂଜା ସଂସଦଓଡ଼ିଶା ପକ୍ଷରୁ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିବା ଏକ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ନାରୀ ନିର୍ଯ୍ୟାତନା ସାଙ୍ଗକୁ ସଡ଼କ ଦୁର୍ଘଟଣା ବଢିଚାଲିଛି । ଆଜି ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲଙ୍କୁ ସାକ୍ଷାତ କରି ପୂଜାପୂଜା ସଂସଦ ରାଜ୍ୟ ସଭାପତି ଶ୍ରୀକୃଷ୍ଣ ଜଗଦ୍ଦେବ ଅବଗତ କରାଇଛନ୍ତି । ଓଡ଼ିଶା ନିଶା ନିବାରଣ ଆଇନ ୧୯୫୬ର ଆବଶ୍ୟକ ସଂଶୋଧନ ସହିତ ରାଜ୍ୟରେ ଲାଗୁ କରିବା ଅବଶ୍ଯକ ବୋଲି ଶ୍ରୀ ଜଗଦ୍ଦେବ ରାଜ୍ୟପାଳ ଙ୍କୁ ଅନୁରୋଧ କରିଥିଲେ । ନିଶା ଓ ହିଁସା ମୁକ୍ତ ନ ହେଲେ ରାଜ୍ୟର ବିକାଶ, ଆଦୌ ସମ୍ଭବ ନୁହେଁ ବୋଲି ସେ ଅବଗତ କରାଇଥିଲେ । ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ଆବଶ୍ୟକ ପରାମର୍ଶ ଦେବାକୁ ସଂସଦର ସଭାପତି ରାଜ୍ୟପାଳ ଙ୍କୁ ଅନୁରୋଧ କରିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି,୧୯/୮/୨୦୨୧ ----୮,୨୦
Sakhigopal News,19/8/2021