ସାକ୍ଷୀଗୋପାଳରେ ପାରମ୍ପାରିକ ଗହ୍ମାପର୍ବରେ ନଡିଆ ଲଢେଇ
ସାକ୍ଷୀଗୋପାଳ ------ ପ୍ରତିବର୍ଷ ଭଳି ଗହ୍ମାପୂ୍ର୍ଣ୍ଣମୀ ଅବସରରେ ସାକ୍ଷୀଗୋପାଳ ମନ୍ଦିର ଦୋଳବେଦୀ ଛକ, ବସଷ୍ଟାଣ୍ଡ, ବନପୁର, ଅଳଗୁମ, କାଦୁଆ, ପଟ୍ଟନାୟିକିଆ, ହରିଆବୁଢ଼ା ମନ୍ଦିର, ବରାଳ ମନ୍ଦିର , ବଳପୁର, ଆନନ୍ଦପୁର, ସାରଙ୍ଗଯୋଡି, ଗବକୁଣ୍ଡ, କେତିକିପାଟଣା ଓ ଭିଁପୁର ଆଦି ବିଭିନ୍ନ ଗ୍ରାମ ବଜାର ଛକରେ ନଡିଆ ଲଢେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥି ନିମନ୍ତେ ଯୁବକ ମାନଙ୍କ ମଧ୍ୟରେ ବିଶେଷ ଆଗ୍ରହଥାଏ । ବିଶେଷ କରି ନଡିଆ ଲଢ଼େଇ ପାଇଁ ସ୍ୱତନ୍ତ୍ର ନଡିଆ ବା ନଡିଆ ଗଛ ରହିଛିା । ସବୁ ନଡିଆ ଲଡେଇ ପାଇଁ ଯୋଗ୍ୟ ହୋଇନଥାନ୍ତି । ନଡିଆ ଲଡେଇ ପାଇଁ ସ୍ୱତନ୍ତ୍ର ଗଛ ରହିଛି ବା ନଡିଆ ରହିଛି । ଫନି ବାତ୍ୟାରେ ସେ ସବୁ ପୁରୁଣା ନଡିଆ ଗଛ ସବୁ ଭାଙ୍ଗି ଯାଇଛି । ଏବେ କାଁ ଭାଁ ଗଛ ଚିହ୍ନଟ କରାଯାଇ ନଡିଆ ସଂଗ୍ରଂ କରାଯାଇ ନଡିଆ ଲଡେଇ କରାଯାଇଛି । ନଡିଆ ଲଢ଼େଇ କରିବାପାଇ ନଡିଆ ସଢ଼େଇ ଗୁଡିକ ଅଧିକ ମୋଟ ବା ଟାଣ ଥାଏ । ଯାହା ଫଳରେକି ଉକ୍ତ ନଡିଆକୁ ମାଡ ଦେଲେ ମଧ୍ୟ ନଡିଆଟି ସହଜରେ ଭାଙ୍ଗେ ନାହିଁ । ଏହାକୁ ଆଗରୁ ଲଢ଼େଇ କରୁଥିବା ବା ଆଗ୍ରହୀ ଯୁବକ ମାନେ ବିଭିନ୍ନ ଅଞ୍ଚଳରୁ ନଡିଆ ସଂଗ୍ରହ କରିଥାନ୍ତି । ଏହି ନଡିଆ ଗୁଡିକ ଅନ୍ୟ ସାଧାରଣ ନଡିଆ ଅପେକ୍ଷା ଅଧିିକ ଦର ରେ ବିକ୍ରୟ କରାଯାଇଥାଏ । ଲଢ଼େଇ ପୁଣି କେତେ ପ୍ରକାରର ହୋଇଥାଏ । କେଉଁଠି କେଉଁଠି ନଡିଆ ହାତରେ ଧରି ମାଡ କରୁଥିବା ବେଳେ ଅନ୍ୟ କେତେକ ଜାଗାରେ ନଡିଆକୁ ଅଳ୍ପ ଦୂରରୁ ପିଙ୍ଗା ଯାଇଥାଏ । ନଡିଆକୁ ନଡିଆ ମାଡ ହୋଇଥାଏ । ଏପରିକି ଏହି ନଡିଆ ମାଡ ନ ହୋଇ ପାଖରେ ଠିଆ ହୋଇ ନଡିଆ ଲଢ଼େଇ ଦୃଶ୍ୟ ଦେଖୁଥିବା ଦେଖାଣାକାରୀ ମାନଙ୍କ ଦେହରେ ମାଡ ହୋଇଥାଏ । କେତକ ନଡିଆକୁ ନେଇ ଯୁବକ ମାନଙ୍କ ମଧ୍ୟରେ ବାଜି ଲାଗିଥାଏ । ବିଶେଷ କରି ଏହି ନଡିଆ ପ୍ରତିଯୋଗିତା ଦୁଇ ଜଣଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥାଏ । ଯେଉଁ ନଡିଆଟି ଭାଙ୍ଗିଯାଇଥାଏ ସେ ନଡିଆର ମାଲିକ ହାରିଲା ବୋଲି ଗଣାଯାଇଥାଏ । ଭାଙ୍ଗି ଯାଇଥିବା ନଡିଆଟିକୁ ଅନ୍ୟ ନଡିଆର ମାଲିକ ନେଇଯାଇଥାଏ । ନଡିଆ ଲଢ଼େଇ ଦେଖବାକୁ ବିଭିନ୍ନ ସ୍ଥାନରେ ଭିଡ ପରିଲକ୍ଷିତ ହୋଇଥିଲା ।
ସାକ୍ଷୀଗୋପାଳରୁଧୀରେନ୍ଦ୍ର ସେନାପତି, ୨୨/୮/୨୦୨୧----୭,୫୫ Sakhigopal News, 22/8/2021