ଓଡଗାଁ ଏନଏସି ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ
ଓଡଗାଁ ଏନଏସି ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ପ୍ରଥମେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର ବ୍ଳକ ଛକ ନିକଟରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଓଡଗାଁ ଛାମୁ ସାହି ନିକଟରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ଫୁଲମାଳ ଅର୍ପଣ କରିଥିଲେ। ପରେ ଏନଏସି କାର୍ଯ୍ୟାଳୟ ପରିସରରେ ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ପତାକା ଉତ୍ତୋଳନ କରିଥିଲେ।
ଏହି ସ୍ୱାୟତ୍ତ ଶାସନ ଦିବସ ଓଡଗାଁ ସ୍ଥିତ ଇନଡୋର ଷ୍ଟାଡିୟମ ପରିସରରେ କୋଭିଡ ନିୟମାବଳୀ ସହ ପାଳନ କରାଯାଇଥିଲା। ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହାପରେ ମୁଖ୍ଯ ଅତିଥି ରୂପେ ଉପସ୍ଥିତ ଥିବା ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଓଡଗାଁ ଏନଏସି ରେ ହୋଇଥିବା ଉନ୍ନୟନ ମୂଳକ କାର୍ୟ୍ଯ କୁ ମନେପକାଇବା ସହ ଆଗାମୀ ଦିନରେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ଙ୍କ ସ୍ମରଣାର୍ଥେ ଆମ୍ବତୋଟା, ଆଧୁନିକ ବସ ଷ୍ଟାଣ୍ଡ, ସ୍ମାର୍ଟ ଶ୍ମଶାନ ଇତ୍ୟାଦି ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ । ସମ୍ମାନିତ ଅତିଥି ଭାବେ ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଓଡଗାଁ ତହସିଲଦାର ବିଜୟିତା ସାମନ୍ତସିଂହାର, ଜିଲ୍ଲା ପରିଷଦ ସଭ୍ଯ ଲୋକନାଥ ସାହୁ ଯୋଗଦେଇ ଥିଲେ। ଏହି ସ୍ୱାୟତ୍ତ ଶାସନ ଦିବସ ସଭା କାର୍ୟ୍ଯ କୁ ଏନଏସି ଯନ୍ତ୍ରୀ ସୁବ୍ରତ ମହାପାତ୍ର, ସାନିଟାଇଜେସନ ଏକ୍ସପର୍ଟ ବରଦା ପ୍ରସନ୍ନ ଦାସ ଓ ସୁଧାଂଶୁ ମହାରଣା ପରିଚାଳନା କରିଥିଲେ।
ରିପୋର୍ଟ:-ଓଡଗାଁ ରୁ ଦିଲ୍ଲୀପ କୁମାର ବିଶୋଇ
୩୧/୮/୨୧------୩୧/୮/୨୦୨୧ Sakhigopal News, 31/8/2021