Breaking News

୧୧ ଗ୍ରାମ ବ୍ରାଉନସୁଗାର ଜବତ ; ଜଣେ ଗିରଫ


ଜଟଣୀ ; ଜଟଣୀ ଥାନା ର ଏସଆଇ ସନ୍ତୋଷ କୁମାର ଜେନା ଏବଂ ଆଇଓ ପ୍ରସନ୍ନ କୁମାର ଜେନା ମିଳିତ ଭାବେ ଚଢ଼ାଉ କରି ସୋମବାର ମଧ୍ୟାହ୍ନରେ ସ୍ଥାନୀୟ ବଡନୂଆଗାଁ ଅଞ୍ଚଳରୁ ଜଣେ ବ୍ରାଉନସୁଗାର ମାଫିଆକୁ ଗିରଫ କରିଛନ୍ତି । ତା ଠାରୁ ୧୧  ଗ୍ରାମ ବ୍ରାଉନସୁଗାର ଏବଂ ନଗତ ୩୨,୫୦୦ ଟଙ୍କା ଜବତ କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତ୍ରଗତ ବଡନୂଆଗାଁ ଅଞ୍ଚ ଳର ଅଜୟ ନାୟକ( ନନ୍ଦୁ ) କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଜଟଣୀ ଥାନା କେଶନମ୍ବର ୪୩୧/୨୧ ରେ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରଯାଇଅଛି। ସୂଚନା ଯୋଗେ କି ଜଟଣୀ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଦୀର୍ଘଦିନ ହେବ ବ୍ୟପାକ ଭାବେ ନିଶା କାରବାର ବୃଦ୍ଧି ପାଇଥିବା ବେଳେ ଜଟଣୀ ଅବକାରୀ ଚେଇଁ ସୋଇପଡିଥିବାର ସାଧାରଣରେ ଚର୍ଚ୍ଚା ହେଉଥିବାବେଳେ ଏହାକୁ ଭିର୍ତ୍ତି କରି ଜଟଣୀ ଥାନା ଏସଆଇ ସନ୍ତୋଷ କୁମାର ଜେନା ବିଭିନ୍ନ ସ୍ଥାନରେ ଚଢ଼ଉକରି ନିଶାଡୀ ଓ ନିଶାବେପାରୀଙ୍କ ନିଦ ହଜେଇ ଦେଉଥିବାର ଚର୍ଚ୍ଚା ଚାଲିଛି ।
ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୪/୮/୨୦୨୧-----୪,୪୫  Sakhigopal News,24/8/2021

Blog Archive

Popular Posts