Breaking News

କୋଭିଡ ନିୟମ ମଧ୍ୟରେ ନିରାଡ଼ାମ୍ବର ଭାବରେ ପାଳିତ ହେଲା ସ୍ୱାୟତ୍ତ ଶାସନ ଦିବସ

 


ଜଟଣୀ ---- ଜଟଣୀ ପୌରପରିଷଦ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ନିରାଡ଼ାମ୍ବର ଭାବରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି ।  ଜଟଣୀ ପୌରପରିଷଦ ପକ୍ଷରୁ ପ୍ରଥମେ ରାମଧୁନ ଓ ପରେ ପରେ ପୌରପରିଷଦର ପ୍ରଶାସକ ଦେବବ୍ରତ ସାହୁ ,ପୌରପରିଷଦ ନିର୍ବାହି ଅଧିକାରୀ  ଦିଲୀପ କୁମାର ମହାନ୍ତି,ଜଟଣୀ ଗୋଷ୍ଟୀସ୍ୱାସ୍ଥ୍ୟ କେନ୍ଦ୍ରର ସୁପରଟେଣ୍ଡେଣ୍ଟ ଡକ୍ଟର ଜିତେନ୍ଦ୍ର ପଣ୍ଡା,  ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଉପସ୍ଥିତିରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ପତାକା ଉତ୍ତୋଳନ କରି ସ୍ୱାୟତ୍ତ ଶାସନ ଦିବସ ସମ୍ପକରେ ଉପସ୍ଥିତ କର୍ମଚାରୀମାନଙ୍କୁ ଉଦବୋଧନ ଦେଇଥିଲେ । ସାରା ରାଜ୍ୟରେ ସ୍ୱଛତାକୁ ବଜାଇ ରଖିବାପାଇଁ ରାଜ୍ୟସରକାର ସ୍ୱଛତା ଉପରେ ଗୁରୁତ୍ୱ ଦେଇଆସୁଛନ୍ତି । ଏଥି ପ୍ରତି ପୌରାଞ୍ଚଳ ବାସୀଙ୍କୁ ସ୍ୱଚ୍ଛ ରହିବା ଓ ସ୍ୱଛତାକୁ ବଜାଇ ରଖିବା ଉପରେ ଧ୍ୟାନ ଦିଆଯାଇ ଓଦା ଓ ଶୁଖିଲା ଆବର୍ଜନାକୁ ପୃଥକୀକରଣ ରଖି ପୋୖରକର୍ମଚାରୀଙ୍କୁ ଦେବା ପାଇଁ ଜଟଣୀ ପୌରପରିଷଦ ଏକ ପ୍ରୟାସ ଆରମ୍ଭ କରିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କ୍ଳୀନେଷ୍ଟ ସିଟି ଆୱାର୍ଡ -୨୦୨୧ ନିମନ୍ତେ ଜଟଣୀ ପୌରପରିଷଦକୁ ସହଯୋଗ କରିବା ସହ ସାମିଲ କରିବା ପାଇଁ ସହର ବାସୀଙ୍କୁ ପ୍ରତିଶୁତିବଧ ହେବାପାଇଁ କହିଛନ୍ତି । ପରିବେଶକୁ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରକାରର ବୃକ୍ଷରୋପଣ କରିବାସହ ପୌରପରିଷଦର ଜୈବିକସାର  (ମୋ ଖତ) ପ୍ରସ୍ତୁତ କରିଛନ୍ତି । ପରବର୍ତ୍ତି ସମୟରେ ଓଦା ଆବର୍ଜନକୁ ମାଇକ୍ରୋ କମ୍ପଷ୍ଟିଙ୍ଗ ସ୍ୱରରେ ବିଘଟନ ପରେ ସେଥିରୁ ଜୈବସାର ତିଆରି କରାଯିବ ଓ ଶୁଖିଲା ଆବର୍ଜନାକୁ ବିଭିନ୍ନ କାରଖାନା ଓ କବାଡିଆ ମାନଙ୍କୁ ବିକ୍ରି କରାଯାଇ ଅର୍ଥ ସଂଗ୍ରହ ହୋଇପାରିବ । ଏହା ଫଳରେ ଡମ୍ପିଂ ୟାର୍ଡ଼ଟି ପ୍ରଦୂଷଣ ମୁକ୍ତ ରହିବ । ଜଟଣୀ ପୌରପରିଷଦ ପକ୍ଷରୁ ନୂତନ ପ୍ରୟାସ ରୂପେ ସପ୍ତାହର ପ୍ରତେକ ଶନିବାର ଦିନ ସଫେଇ ସାଥିଙ୍କ ମାଧ୍ୟମରେ ଇ- ଆବର୍ଜନା ଯଥା ଘରୋଇ ଭଙ୍ଗା ଇଲେକ୍ଟ୍ରିକାଲ ଓ ଇଲୋଟ୍ରୋନିକ୍ସ ସାମଗ୍ରୀ,ପୁରାଣ ବ୍ୟାଟେରୀ ସଂଗ୍ରହକରି ଷଣ୍ଢପୁର ଠାରେ ଥିବା ସିଡ଼ି- ୱେଷ୍ଟ ସେଣ୍ଟର ଠାରେ ଜମାକରି ଜଟଣୀ ସହରକୁ ପ୍ରଦୂଷଣ ମୁକ୍ତ କରିବା ଏକ ପ୍ରଚେଷ୍ଟା । ଜଟଣୀ ସହରକୁ  ପ୍ରଦୂଷଣମୁକ୍ତ କରିପାରିବବୋଲି ଅନେକ ବୁଦ୍ଧିଜୀବୀ ମତ ଦେଇଛନ୍ତି ।

 ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୧/୮/୨୦୨୧--- ୧୦,୪୦ 
Sakhigopal News, 31/8/2021

Blog Archive

Popular Posts