Breaking News

ଓଡଗାଁ ରେ ଦୁଇ ଗ୍ୟାସ ଗୋଷ୍ଠୀ ବିତରକଙ୍କ ମଧ୍ଯରେ ସଂଘର୍ଷ,୩ ଗୁରୁତର

 

ଓଡଗାଁ---ରନ୍ଧନ ଗ୍ୟାସ ବିକ୍ରି କୁ କେନ୍ଦ୍ର କରି ୨ ଗୋଷ୍ଠୀ ଗ୍ୟାସ ବିତରକଙ୍କ ମଧ୍ଯରେ ସଂଘର୍ଷ ଘଟି ୩ଜଣ ଗୁରୁତର ହୋଇଛନ୍ତି। ଆଜି ଦିନ ତମାମ ଓଡଗାଁ ଏନଏସି ରେ ଏହି ଖବରଟି ସବୁଠାରୁ ବଡ ଖବର ରୂପେ ଉଭା ହୋଇଛି।  ସୂଚନାନୁସାରେ ଓଡଗାଁ  ବଜାରର ସିନେମା ହଲ ଛକ ନିକଟସ୍ଥ ଆକ୍ସିସ୍ ବ୍ୟାଙ୍କ କୁ ଲାଗି ସୁରେଶ ସାହୁ(୩୦) ଓ ରମେଶ ସାହୁ(୩୩) ଉଭୟ ଦୁଇ ଭାଇଙ୍କର ଏକ ଇଣ୍ଡିଆନ ଗ୍ୟାସ ବୁକିଂ ପଏଣ୍ଟ ରହିଛି।  ସେମାନଙ୍କ ଦୋକାନ ସାମ୍ନାରେ ସଚିକାନ୍ତ ସାହୁ(୨୮) ଙ୍କ ର ଏଚ୍. ପି ଗ୍ୟାସ କାଉଣ୍ଟର ରହିଛି। 

      ପୂର୍ବରୁ ଥରେ ସୁରେଶ ଓ ସଚିକାନ୍ତ ଙ୍କ ମଧ୍ଯରେ ବଚସା ଲାଗିବାରୁ ଏହା ଥାନା ପର୍ୟ୍ଯନ୍ତ ଯାଇଥିଲା । ସେଠାରେ କଥା ସମାଧାନ ହୋଇଥିଲା ।  କିନ୍ତୁ ଆଜି ଦ୍ୱିପହରରେ କୋୖଣସି କଥାକୁ ନେଇ ଉଭୟ ସୁରେଶ ଓ ସଚିକାନ୍ତ ଙ୍କ ମଧ୍ଯରେ ବଚସା ଲାଗିବାରୁ ଝଗଡ଼ା ଉଗ୍ରରୂପ ନେଇଥିଲା ।   ବଚସା ପରେ ଉଭୟ ଉଭୟ କୁ ଲୁହା ପାଇପ ଓ ଖଣ୍ଡା ସାହାଯ୍ୟ ରେ ଆକ୍ରମଣ କରିଥିଲେ। ଫଳରେ ସେହି ସ୍ଥାନରେ ଇଣ୍ଡିଆନ ଗ୍ୟାସ ବୁକିଂ ପଏଣ୍ଟ ର ମାଲିକ ସୁରେଶ ସାହୁ ଙ୍କ ଭାଇ ରମେଶ ସାହୁ ଙ୍କ ବାମହାତ ବୁଢ଼ା ଆଙ୍ଗୁଳି କଟି ଯିବା ସହ ସୁରେଶ ଙ୍କ ମୁଣ୍ଡ ଫାଟିଯାଇ ଥିଲା ଏବଂ ଏଚ. ପି ଗ୍ୟାସ ର ସଚିକାନ୍ତ ଙ୍କ ଉଭୟ ଡାହାଣ ଓ ବାମ ଆଙ୍ଗୁଳି କଟି ଯାଇଥିଲା। 
                                ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଆକ୍ରମଣ ସ୍ଥାନଟି ରକ୍ତ ଜୁଡୁବୁଡୁ ହେବା ସହ ଚିତ୍କାର ରେ ଫାଟି ପଡୁଥିଲା। ପରେ ଇଣ୍ଡିଆନ ଗ୍ୟାସ ର ମାଲିକ ସୁରେଶ ସାହୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ହାତରେ ଆକ୍ରମଣ କରିଥିବା ଖଣ୍ଡାକୁ ଧରି ଓଡଗାଁ ଥାନା ଭିତରକୁ ପସିଥିଲେ। ସେଠାରେ ସୁରେଶ ଙ୍କ ରକ୍ତାକ୍ତ ଅବସ୍ଥା ଦେଖି ଓଡଗାଁ ପୁଲିସ ତାଙ୍କୁ ଓଡଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ଏହା ସହ ରମେଶ ଓ ସଚିକାନ୍ତ ମଧ୍ଯ ରକ୍ତାକ୍ତ ଅବସ୍ଥା ରେ ଗୁରୁତର ହୋଇ ମେଡିକାଲ ରେ ଭର୍ତ୍ତି ହୋଇଥିଲେ। 
                 ସେଠାରେ ଉଭୟ ପକ୍ଷ ଙ୍କୁ ଚିକିତ୍ସା ପରେ ଡାକ୍ତର ସେମାନଙ୍କୁ ନୟାଗଡ଼ ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ଜଣା ପଡିଛି। ପୋଲିସ ପକ୍ଷରୁ ତଦନ୍ତ ଚାଲିଛି ।

ଓଡଗାଁ ରୁ ଦିଲ୍ଲୀପ କୁମାର ବିଶୋଇଙ୍କ ରିପୋର୍ଟ
ତ-୨୩/୮/୨୧----- ୨୩/୮/୨୦୨୧---- Sakhigopal News,23/8/2021

Blog Archive

Popular Posts