ବେକରେ ରସି ଲଗାଇ, ଯୁବକଙ୍କ ଆତ୍ମହତ୍ୟା
ଭଞ୍ଜନଗର - ଘର ଭିତରେ ବେକରେ ରସି ଲଗାଇ ଯୁବକଙ୍କ ଆତ୍ମହତ୍ୟା କରିଥିବା ଜଣାପଡିଛି। ଗାଙ୍ଗପୁର ଥାନା ଅନ୍ତର୍ଗତ ଶ୍ରୀକରପୁର ଗାଁର ଘଟଣା । ମୃତ ଯୁବକ ଅଶ୍ବିନୀ ଗୈାଡ(୪୬) । ଗତ କିଛିଦିନ ଧରି ସେ ପକ୍ଷାଘାତ ରୋଗରେ ପୀଡିତ ଥିବା ହେତୁ, ଚିନ୍ତାରେ ରହୁଥିଲେ । ତେବେ ଶନିବାର ପୂର୍ବାହ୍ନରେ ତାଙ୍କ ପଡୋଶୀ ସମ୍ପର୍କୀୟ ଙ୍କ ଘରେ କେହି ନଥିବା ବେଳେ ମାନସିକ ଭାରସାମ୍ୟ ହରାଇ, ଘର ଭିତରେ ବେକରେ ରହି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଏନେଇ ତାଙ୍କ ସାନଭାଇ ରବିନ୍ଦ୍ର ଗୈାଡ ଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ, ଭଂଜନଗର ମେଡିକାଲକୁ ବ୍ୟବଛେଦ ପାଇଁ ପଠାଇଥିଲା । ଏ ସଂକ୍ରାନ୍ତରେ ଥାନା କେଶ୍ ନମ୍ବର ୧୪/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଥିବା ନେଇ, ଥାନାଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୮/୬/୨୦୨୫---୧୦,୧୦ Sakhigopal News,8/6/2025