Breaking News

>>
  • ପ୍ରକୃତି ବନ୍ଧୁ ସମ୍ମାନୀତ ଶିକ୍ଷକ ଦ୍ଵିତୀକୃଷ୍ଣ:ଇଣ୍ଟରନେସନାଲ୍ ସୋସିଆଲ ଅନରେବଲ୍ ଆଓ୍ଵାର୍ଡ ସହ ପାଇଲେ ଡକ୍ଟରେଟ ସମ୍ମାନ
  • >>
  • କନ୍ଧମାଳରୁ - ପୁରୀ ଗଞ୍ଜେଇ ଚାଲାଣ ; ଅବକାରୀ ବିଭାଗର ଚଢ଼ାଉ, କାର୍ ସହ ୬୦ କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ
  • >>
  • ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ବ୍ୟାପକ ଟିକେଟ ଯାଞ୍ଚ
  • >>
  • ରାସ୍ତା ବିବାଦକୁ ନେଇ ସାମ୍ବାଦିକଙ୍କୁ ଆକ୍ରମଣ , ଜଗନ୍ନାଥ ମନ୍ଦିର ପ୍ରଶାସନର ଖାମଖିଆଲ ନୀତି ପାଇଁ ଜମି ଦଲାଲ ଙ୍କ ମନମାନି
  • >>
  • ଦୁର୍ନୀତିର ଗନ୍ତାଘର ଜଟଣୀ ଉପନିବନ୍ଧକ କାର୍ଯ୍ୟାଳୟ ; ଷ୍ଟାମ୍ପ ପେପର୍ ଓ ଷ୍ଟାମ୍ପ ଟିକଟ ବିକ୍ରୀରେ ଚାଲିଛି ଦଲାଲଗିରି
  • >>
  • ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଶିକ୍ଷକ ଅମରେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି
  • >>
  • ସମ୍ଭାବନା ପରିବାର ପକ୍ଷରୁ ଚୁଡ଼ାଘଷା ଦିବସ ପାଳିତ
  • >>
  • ସତ୍ୟବାଦୀ ରେ ଚନ୍ଦନ ଯାତ୍ରା ଉତ୍ସବ ଉଦଯାପିତ ; ଠାକୁରଙ୍କ ନୀତି କାନ୍ତି ଠିକ ସମୟରେ ହେଉନାହିଁ, ଭକ୍ତଙ୍କୁ ବ୍ୟବହାର ଠିକ୍ କରାଯାଉନାହିଁ
  • >>
  • ରାସ୍ତା ମଝିରେ ଟ୍ରାନ୍ସଫର୍ମର ; ମରଣକୁ ନିମନ୍ତ୍ରଣ, ମୁଣ୍ଡ ଉପରେ ଝୁଲୁଛି ବିଦ୍ୟୁତ ତାର
  • >>
  • ସାକ୍ଷୀଗୋପିନାଥ ଦେବଙ୍କ ବାହାର ଚନ୍ଦନଯାତ୍ରା ଶେଷ; କାଲି ହେବ କିଚକ ବଧ
  • >>
  • ସତ୍ୟବାଦୀ ରେ ବିଜେପିର ମିଡିଆ ସେଲ ଦାୟିତ୍ବରେ ପ୍ରଭାତ ଓ ଅମର
  • >>
  • ସତ୍ୟବାଦୀ ରେ ଆର୍ଟ ଅଫ ଗିଭିଂ ପାଳିତ
  • >>
  • ଡେଲାଙ୍ଗ କୋଠବାଡ ପଞ୍ଚାୟତ କାର୍ଯ୍ୟାଳୟରେ କୃଷକଙ୍କ ସମସ୍ୟା ଦୂର ପାଇଁ ସମୀକ୍ଷା
  • >>
  • ଡେଲାଙ୍ଗ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିରର ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
  • >>
  • ଭଞ୍ଜନଗର ରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ
  • ଦକ୍ଷତାବିକାଶ ପ୍ରତିଷ୍ଠାନ ର ସ୍ଥାୟୀ କ୍ୟାମ୍ପସ ଲୋକାର୍ପଣ


     ଜଟଣୀ---- ଦକ୍ଷତାବିକାଶ ପ୍ରତିଷ୍ଠାନ ଭୁବନେଶ୍ୱର ର ସ୍ଥାୟୀ କ୍ୟାମ୍ପସ ଖୋର୍ଦ୍ଧାଜିଲା ଅନ୍ତର୍ଗତ ଜଟଣୀ ତରାବୋଇ ଠାରେ ଲୋକାର୍ପଣ ହୋଇଯାଇଛି। ଏହି ସ୍ଥାୟୀ କ୍ୟାମ୍ପସ ୪୬ ଏକର ଜମିରେ ରେ ନିର୍ମାଣ କରାଯାଇ ଏଠାରେ ସ୍ବଦେଶୀ ଭିତ୍ତିଭୂମି ଓ ଜ୍ଞାନକୌଶଳ ବଳରେ ଏକ ଅନୁକୂଳ ପ୍ରତିଭା ଭଣ୍ଡାର ସୃଷ୍ଟି କରାଯାଇଛି। ଆଗାମୀ ୧୦ ବର୍ଷ ମଧ୍ୟରେ ୫୦ ହଜାର ରୁ ଅଧିକ ଛାତ୍ର ଛାତ୍ରୀ ଙ୍କୁ ତାଲିମ ପ୍ରଦାନ କରାଯିବାର ଲକ୍ଷ ରକ୍ଷା ଯାଇଛି। ଆତ୍ମନିର୍ଭର ଭାରତ ର ଲକ୍ଷ ପୁରାଣ ପାଇଁ ବେରୋଜଗାର ଓ ଅବହେଳିତ ଯୁବ ବର୍ଗ ଙ୍କୁ ନିଯୁକ୍ତି ସୁଯୋଗ ଏବଂ ଉଦ୍ୟୋଗୀ କରାଇବା ପାଇଁ ଏହି ମେଗା କ୍ୟାମ୍ପସ ଲୋକାର୍ପଣ ହୋଇଛି।

    ଏହି ଅବସରରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଜୁକ ଧର୍ମେନ୍ଦ୍ର ପ୍ରଧାନ,ପେଟ୍ରୋଲିୟମ ମନ୍ତ୍ରୀ ହର ଦୀପ ସିଂ ପୁରୀ ,ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି, ଦକ୍ଷତା ବିକାଶ ରାଷ୍ଟ୍ର ମନ୍ତ୍ରୀ ପ୍ରେମାନନ୍ଦ ନାୟକ,ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଜଟଣୀ ବିଧାୟକ ସୁରେଶ ରାଉତରାୟ ପ୍ରମୁଖ  ଯୋଗ ଦେଇଥିଲେ ।ସେହିପରି ଆଇଆଇଟିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଘାଟନୀ କାର‌୍ୟ୍ୟକ୍ରମ ଆୟୋଜିତ ହୋଇଥିଲା।ଭୁବନେଶ୍ୱର ଆଇଆଇଟି ରେ ଉଦଘାଟିତ ହେଲା ନୂତନ ଷ୍ଟୁଡେଣ୍ଡ ଆମିନେଟ ଓ ଲେକ୍ଚର ହଲ କମ୍ପ୍ଲେକ୍ସ । କେନ୍ଦ୍ର ସରକାର ଆଇଆଇଟି ଭୁବନେଶ୍ୱର ପାଇଁ ୧୨୬୦କୋଟି ଟଙ୍କା ଅନୁଦାନ ଦେଇଥିବା ବେଳେ ଋଷିକୂଲ୍ୟା ଓ ସପ୍ତଗିରି କମ୍ପ୍ଲେକ୍ସ ନାମରେ ନାମିତ ଏହି ନିର୍ମାଣ ପାଇଁ ପ୍ରାୟ ୧୪୮କୋଟି ଟଙ୍କା ବ୍ୟୟ କରାଯାଇଛି । ଏହାକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଷ୍ଟୁଡେଣ୍ଡ ଆମିନେଟ ରେ ୮ ଶହ ବେଡ଼ ଥିବା ବେଳେ ଅତ୍ୟାଧୁନିକ ଲେକ୍ଚର ସେଣ୍ଟର୍ ଯାହାକି ସମସ୍ତ ଙ୍କ ପାଇଁ ଉପଯୋଗୀ ହେବ । ସେହିପରି ଦକ୍ଷତା ବିକାଶ ମନ୍ତ୍ରଣାଳୟ ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଓଡ଼ିଆ ଭାଷାରେ କିପରି ଭୁବନେଶ୍ୱର ଆଇଆଇଟିରେ ଛାତ୍ରଛାତ୍ରୀ ପଢିବେ ତା ଉପରେ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଜ୍ଝ ତାହା ସହ ଏହା ଏକବିଂଶ ଶତାବ୍ଦୀର ନୂତନ ମନ୍ଦିର ବୋଲି କହିଛନ୍ତି । ଖୋର୍ଦ୍ଧା ଜିଲ୍ଲାର ଐତିହାସିକ ବରୁଣେଇ ପାଦଦେଶରେ ତଥା ଜଟଣୀ ଠାରେ   ଆଇଆଇଟି ଭୁବନେଶ୍ୱର ଅବସ୍ଥିତ । ଆଜିର ଏହି ଉଦ୍ଘାଟନୀ ଉତ୍ସବରେ ଆଇଆଇଟି ନିର୍ଦେଶକ ଆର ଭି ରାଜାକୁମାର ଏବଂ ଦକ୍ଷତା ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ଏଚଆର କୁମାର ମହାପାତ୍ର ଉପସ୍ଥିତ ଥିଲେ ।  ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୨,୮,୨୦୨୧----୬,୧୫

    Sakhigopal News, 22/8/2021

    Blog Archive

    Popular Posts