Breaking News

ଫନି ତାଲିକାରୁ ବାଦ ପଡିବାକୁ ନେଇ ଟାୟାର ଜାଳି ପ୍ରତିବାଦ କଲେ ଯୁବକ

 ସାକ୍ଷୀଗୋପାଳ---- ସତ୍ୟବାଦୀରେ ଫନି ତାଲିକାରେ ବ୍ୟପାକ ଅନିୟମିତତା ନେଇ ଗୋଟିକ ପରେ ଗୋଟିଏ କଥା ପଦାକୁ ଆସୁଛି । ଜଣେ ଯୁବକ ଏହି ଜାଲିଆତିକୁ ବ୍ଳକ କାର୍ଯ୍ୟାଳୟ ଆଗରେ ଟାୟର ଜାଳି ପ୍ରତିବାଦ କରିଛନ୍ତି ।  ସୁଚନାଯୋଗ୍ୟ ଯେ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମର ଅନିଲ କୁମାର ମହାପାତ୍ର ଫନି ତାଲିକାରୁ ତାଙ୍କ ପରିବାର ବାଦ ପଡିଥିବା ନେଇ ଅନେକ ଥର ଦରଖାସ୍ତ ପକାଇବା ସହ ବିଡିଓ, ତହସିଲଦାର, ଜିଲ୍ଲାପାଳ ସମସ୍ତଙ୍କୁ ଦେଇଛି । ମାତ୍ର କୌଣସି ସୁଫଳ ମିଳିନାହିଁ । ପ୍ରଥମେ ତାଙ୍କର ୩୦୫ ନମ୍ବରରେ ଫନି ତାଲିକାରେ ରହିଥିବା ବେଳେ ଏବେ ତାଳିକାରୁ ବାଦ ପଡିଛନ୍ତି । ତାଙ୍କୁ ହାତଗୁଞ୍ଜା ୨୦ ହଜାର ଟଙ୍କା ମଗା ଯାଇଥିଲା । ସେ ଦେବାକୁ ସକ୍ଷମ ନୁହନ୍ତି ବୋଲି କହିବାରୁ ତାଙ୍କ ନାମ ବାଦ ପଡିଥିବା ସେ ଅଭିଯୋଗ କରିଛନ୍ତି । 

 ସାକ୍ଷୀଗୋପାଳରେ ଧୀରେନ୍ଦ୍ର ସେନାପତି, ୨୪/୮/୨୦୨୧--୮,୦୦ ,  

Sakhigopal News, 24/8/2021

Blog Archive

Popular Posts