Breaking News

ଅରୁଗୁଳ ଗ୍ରାମରେ ଡେଙ୍ଗୁ ସଚେତନା ପଦଯାତ୍ରା



ଜଟଣୀ-----  ଜଟଣୀ ବ୍ଲକ ଅନ୍ତର୍ଗତ ହରିପୁର ପଞ୍ଚାୟତ  ଅଧୀନ ଅରୁଗୁଳ ଗ୍ରାମରେ ମହିଳା ସ୍ୱୟଂସହାୟକ ଗୋଷ୍ଟିମାନଙ୍କୁ ନେଇ ଏକ ଡେଙ୍ଗୁ ସଚେତନତ  ପଦଯାତ୍ରା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସ୍ୱୟଂସହାୟକ ଗୋଷ୍ଟିର ସୁମିତ୍ରା ମହାପାତ୍ର ଅଧକ୍ଷତାରେ ୯ଟି ସ୍ୱୟଂସହାୟକ ଗୋଷ୍ଟିର ମହିଳା ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ ଦେଇଥିଲେ । କରୋନା ମହାମାରୀ ନଯାଇଥିବା ବେଳେ ଏବେ ଡେଙ୍ଗୁର ଭୟ ସ୍ଥାନୀୟ ବାସିନ୍ଦାଙ୍କୁ ଘାରିଛି । ଲୋକମାନଙ୍କୁ  ସଚେତନ କରାଇବା ପାଇଁ ଏକ ସ୍ୱତ୍ୱନ୍ତ୍ର ରାଲି ବାହାରି ଗ୍ରାମ ପରିକ୍ରମା କରିଥିଲା ।  କିପରି ସାଧାରଣ ଲୋକମାନେ ନିଜ ଘରେ ସଚେତନ ରହିବେ ସେ ସମ୍ପର୍କରେ ସ୍ଲୋଗାନ ଦେଇ ହାତରେ ସଚେତନତା ବାର୍ତା ଲେଖାଥିବା  ଫ୍ଲାକାର୍ଡ ଧରି ସଚେତନତ କରିଥିଲେ | ଏଥି ସହିତ ମହାମାରୀ କୋରୋନାକୁ ଦୃଷ୍ଟିରେ ରଖି ଅରୁଗୁଳ  ଗ୍ରାମର ଜନ କଲ୍ୟାଣ ସମିତି ତରଫରୁ ଅଙ୍ଗନବାଡି ଶିଶୁ ,ଗର୍ଭବତୀ ମା ଓ ପ୍ରସ୍ତୁତି ମା ମାନଙ୍କୁ ମାସ୍କ ସାନିଟାଇଜର ବଣ୍ଟନ କରାଯାଇଥିଲା |
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୯/୮/୨୦୨୧------୮,୪୦ 
Sakhigopal News, 19/8/2021

Blog Archive

Popular Posts