Breaking News

ଦଳିତ ପରିବାରଙ୍କୁ ଶୁଖିଲା ରାଶନ ସମାଗ୍ରୀ ପ୍ରଦାନ


 ସାକ୍ଷୀଗୋପାଳ----- ମହାମାରୀ କରୋନା ସମୟରେ ବିଶେଷ କରି  ଦଳିତ ଅସହାୟ ପରିବାର ଗୁଡିକ ସବୁଠାରୁ ଅଧିକ ଅସୁବିଧାରେ କାଳତିପାତ କରୁଛନ୍ତି । ଏହାକୁ ନର୍ଜର କରି ଭୁବନେଶ୍ୱର ଅଗ୍ରଣୀ ସ୍ୱେଚ୍ଛାସେବୀ  ଗୁଞ୍ଜ ଅନୁଷ୍ଠାନ ପକ୍ଷରୁ ଦଳିତ ପରିବାରଙ୍କୁ ଶୁଖିଲା ରାଶନ ସମାଗୀ ପ୍ରଦାନ କରିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଛି ।  ସତ୍ୟବାଦୀର କଳା ଓ କଥା ସହିତ ସ୍ୱାଦ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସହଯୋଗରେ  ଏହି ରାଶନ ସାମଗ୍ରୀ ଗୁଡିକ ବଣ୍ଟନ କରାଯାଇଛି । ସତ୍ୟବାଦୀ ବ୍ଳକର ଦୁଗଲ, ବିଶ୍ୱନାଥ ପୁର ଓ ଜୟପୁର ପଞ୍ଚାୟତର ୧୫୦ ଗୋଟି ପରିବାରଙ୍କୁ ଶୁଖିଲା ରାଶନ ସମାଗ୍ରୀ ପ୍ରଦାନ କରାଯାଇଥିବା ସ୍ୱାଦର ସମ୍ପାଦିକା ବୀଣାପାଣି ମିଶ୍ର କହିଛନ୍ତି । ସ୍ୱାଦର ପ୍ରକଳ୍ପ ଅଧିକାରୀ ଶିଶିର ମିଶ୍ର, ସଂଯୋଜକ ଶ୍ରୀକୃଷ୍ଣ ମହାପାତ୍ର ପ୍ରମୁଖ ବଣ୍ଟନରେ ସହଯୋଗ କରିଥିଲେ । ପ୍ରତି ପରିବାରଙ୍କୁ ଚାଉଳ୧୦ କେଜି, ଅଟା୫ କେଜି,ଡାଲି-୨କେଜି, ରିଫାଇନି-୧ଲିଟର ଓ ସାବୁନ ୨ଗୋଟି ରହିଛି । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୮/=୨୦୨୧---୯,୪୦ Sakhigopal News, 23/8/2021

Blog Archive

Popular Posts