Breaking News

ଆଦିବାସୀ ଇଲାକାର "ବିଶ୍ୱକର୍ମା" ହରିହର ,ପାହାଡ଼ର କାଟି ତିଆରି କଲେ ଗାଁ ରାସ୍ତା




ଓଡଗାଁ-----କର୍ମ ହିଁ ଭଗବାନ। ଚେଷ୍ଟା ଓ ଧୈର୍ଯ୍ୟ ଥିଲେ ସବୁ ସମ୍ଭବ। ସେଇଥିପାଇଁ ତ ସେ ହୋଇଗଲେ ଆଦିବାସୀ ଇଲାକାର "ବିଶ୍ୱକର୍ମା"।ଯେଉଁ ବିଶ୍ୱକର୍ମା କି ପାହାଡର ବୁକୁ ଚିରି ଦୀର୍ଘ ୩୦ ବର୍ଷ ପରେ ନିଜ ଗାଁ ପାଇଁ ତିଆରି କରିପାରିଛନ୍ତି ଏକ ଚଲାପଥ। ଯେଉଁଠି ପ୍ରଶାସନ ଶୁଣିଲା ନାହିଁ ସେଠି ସେ ରାସ୍ତା କରି ସମସ୍ତଙ୍କୁ ଦେଖାାଦେଲେ। 
            ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଳକ୍ ଅନ୍ତର୍ଗତ ବାଣ୍ଠପୁର ପଞ୍ଚାୟତର ଏକ ଆଦିବାସୀ ଗାଁ ତୁଲୁବି। ଯେଉଁଠି ବିଗତ ଦିନରେ ଚଲାପଥ ଟିଏ ଗ୍ରାମବାସୀଙ୍କ ପାଇଁ ଥିଲା ସାତସପନ। ଫଳରେ ଗାଁ ଲୋକ ଗମନାଗମନ ଯନ୍ତ୍ରଣା ଭୋଗୁଥିଲେ।ସେଇଥିପାଇଁତ ସେହି ଗାଁ ର ଦୁଇଭାଇ ହରିହର ବେହେରା ଓ ବଡଭାଇ କ୍ରୁଷ୍ନ ବେହେରା ଦୀର୍ଘ ୩୦ ବର୍ଷ ର ଅକ୍ଳାନ୍ତ ପରିଶ୍ରମ ପରେ ଧିରେଧିରେ ଲୁହା, କୋଦାଳ, ଇତ୍ୟାଦି ସାହାଯ୍ୟରେ ପାହାଡର ବୁକୁ ଚିରି ନିଜ ଗାଁ ପାଇଁ ତିଆରି କରିପାରିଛନ୍ତି ଏକ ଚଲାପଥ। ଅବଶ୍ଯ ଦୀର୍ଘ ୩୦ ବର୍ଷ ର ଏହି ଚେଷ୍ଟା ଭିତରେ ସମୟ ସ୍ରୋତରେ ହରିଙ୍କ ବଡଭାଇ କ୍ରୁଷ୍ନ ବେହେରା ଆରପାରିକୁ ଚାଲିଯାଇଛନ୍ତି । ମାତ୍ର ହରି ଥକିି ଯାଇନଥିଲେ ।
             
   ରାସ୍ତା ନିର୍ମାଣ ବିଷୟରେ ହରିହର ଓ ଗ୍ରାମବାସୀ କୁହନ୍ତି, ୩୦ ବର୍ଷ ପୂର୍ବରୁ ନିଜ ଗାଁ କୁ ଚଲାପଥ ଟିଏ ନଥିଲା, ବଣ ଜଙ୍ଗଲ ଘେରରେ ଗାଁ ଟି ଥିଲା।ଫଳରେ ଲୋକେ ବହୁ ଦୁର୍ଦ୍ଦଶା ଭୋଗୁଥିଲେ, ଏ ବିଷୟରେ ମନ୍ତ୍ରୀଙ୍କୁ କହିବାରୁ ମନ୍ତ୍ରୀ କହିଥିଲେ "ମୁ କଣ ମୋ ଭଳିଆ ଆଉ କେତେ ଆସିଲେ ବି ରାସ୍ତା ହୋଇପାରିବନି।" ଏହାପରେ ହରିହର  ଲୁହାରେ ପଥର କାଟିବା କୌଶଳ ଶିଖିବା ପାଇଁ ବାହାରକୁ ଯାଇ ଆସିବା ପରେ ,ହରିହର ଓ ଭାଇ କ୍ରୁଷ୍ନ ଲାଗିପଡ଼ିଥିଲେ ରାସ୍ତା ନିର୍ମାଣରେ। ଏକ ଛୋଟ ଶଗଡ଼ ତିଆରି କରି ସେଥିରେ ସବୁଦିନ କିଛି ପଥର ବୋହିନେଇ, ପାହାଡ଼ କୁ କାଟି, ପଥର ପୋତି ରାସ୍ତା ତିଆରିକରୁଥିଲେ। ହରିହର କହନ୍ତି ଗୋଟିଏ ଓଳି ଚାଷକାମ ଆଉ ଏକ ଓଳି ରାସ୍ତା ନିର୍ମାଣ ରେ ସମୟ ଦେଉଥିଲେ । ଫଳରେ ଦୀର୍ଘ ୩୦ ବର୍ଷ ଅକ୍ଳାନ୍ତ ପରିଶ୍ରମ ପରେ ଆଜି ଆଦିବାସୀ ଗାଁ ତୁଲୁବି କୁ ସେ ଏକ ଚଲାପଥ ନିର୍ମାଣ କରିପାରିଛନ୍ତି। ଖାଲି ସେତିକି ନୁହେଁ ପାଖ ରେ ଆଉ ଗୋଟିଏ ଗାଁ ନେପାଳ କୁ ମଧ୍ଯ ସେ ରାସ୍ତା ନିର୍ମାଣ କରିପାରିଛନ୍ତି। ଯୋଉଁକାମ ପ୍ରଶାସନ କରିପାନଥିଲା , ତାକୁ ନିଜର ଧୈର୍ଯ୍ୟ, ପରିଶ୍ରମ ବଳରେ ପୂରଣ କରିପାରିଛନ୍ତି ହରିହର। 
                   ବର୍ତ୍ତମାନ ସେ ରାସ୍ତା ପ୍ରଶାସନ ର ଦ୍ରୁଷ୍ଟି ଆକର୍ଷଣ ହୋଇ କଂକ୍ରିଟ ରାସ୍ତା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହାକୁ ହାତକୁ ନେଇଛି। ବାସ୍ତବରେ ହରିହର ହେଉଛନ୍ତି ଆଦିବାସୀ ଇଲାକାର ବିଶ୍ୱକର୍ମା। ଯିଏକି ଧୈର୍ଯ୍ୟ ଓ ପରିଶ୍ରମ ବଳରେ ସବୁକିଛି ସମ୍ଭବ ବୋଲି ଏକ ଉଦାହରଣ ସ୍ରୁଷ୍ଟି କରିପାରିଛନ୍ତି। 
 
ଓଡଗାଁରୁ :-ଦିଲ୍ଲୀପ କୁମାର ବିଶୋଇ ଙ୍କ ରିପୋର୍ଟ, ୨/୮/୨୦୨୧-------୯,୫୦
Sakhigopal News,2/8/2021
              

Blog Archive

Popular Posts