Breaking News

ଭୁବନେଶ୍ୱର ଖୋର୍ଦ୍ଧା ମଲ୍ଟି ଆକ୍ସଲ ଟ୍ରକ ମାଲିକ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ


 
ଜଟଣୀ ----- ଭୁବନେଶ୍ୱର ଏବଂ ଖୋର୍ଦ୍ଧା ଜିଲ୍ଲାର ମଲ୍ଟି ଆକ୍ସଲ ଟ୍ରକ ମାଲିକ ମାନଙ୍କୁ ନେଇ ଗଙ୍ଗପଡ଼ା ଭୂଆସୁଣୀ ମନ୍ଦିର ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି |ବୈଠକରେ ଭୁବନେଶ୍ୱର ସମେତ ଖୋର୍ଦ୍ଧା,ଜଟଣୀ,ବାଳକାଟୀ, ଚନ୍ଦକା, ବାଘମାରୀ,ବେଗୁନିଆ ଇତ୍ୟାଦି ଅଞ୍ଚଳରୁ ଶହେରୁ  ଅଧିକ ଟ୍ରକ ମାଲିକ ମାନେ ଯୋଗ ଦେଇଥିଲେ । ସର୍ଵ ସମ୍ମତି କ୍ରମେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୁତି ଭୂଷଣ ବଳବନ୍ତରାୟ ଙ୍କୁ ସଂଘର ସଭାପତି କରିବାକୁ ନିଷ୍ପତି ନିଆଗଲା । କାର୍ଯ୍ୟକାରୀ ସଭାପତି ଶୁଭ୍ରେନ୍ଦୁ ଭୂଷଣ ଦାସ,ଉପସଭାପତି ଭାବେ ଆଲୋକ ନାୟକ, ସମ୍ପାଦକ ଭାବେ ହୃଦାନନ୍ଦ କୋଦମାସିଂହ , ସାଧାରଣ ସମ୍ପାଦକ ଭାବେ ସରୋଜ ବଳିୟାରସିଂହ, ସହ ସମ୍ପାଦକ ଭାବେ , କୋଷାଧକ୍ଷ ଜିତେନ୍ଦ୍ର କୁମାର ସାହୁଙ୍କୁ  ମନୋନୀତ କରାଗଲା । ଆଇନ ପରାମର୍ଶ ଦାତା ଅରୁଣ କୁମାର ସାହୁଙ୍କୁ ଦାଇତ୍ୱ ଦିଆଯାଇଛି |
ମଲ୍ଟି ଆକ୍ସଲ ଟ୍ରକ (10 ଚକା,12 ଚକା,14 ଚକା,16 ଚକା )ଗୁଡିକ ବର୍ତ୍ତମାନ ପରିସ୍ଥିତିରେ ବହୁ ସମସ୍ୟା ଭିତରେ ଗତି କରୁଛି। ଡିଜେଲ ଦରରେ ଅହେତୁକ ବୃଦ୍ଧି ପାଇ ଶହେ ଟଙ୍କା ପାର କଲାଣି । କିନ୍ତୁ ଗାଡି ଭଡା ବଢିବା ପରିବର୍ତ୍ତେ କମିବାରେ ଲାଗିଛି । ଗୋଟିଏ ଟ୍ରକ ହଜାର କିଲୋମିଟର ରୁ ଅଧିକ ରାସ୍ତା ଭଡାରେ ଗଲେ ୫ ଦିନରେ ପୂର୍ବରୁ ଯେଉଁଠି ପନ୍ଦର ହଜାର ଟଙ୍କା ଆୟ ହେଉଥିଲା ସେଠାରେ ଏବେ ଓଲଟା ମାଲିକ ପକେଟରୁ ୪ହଜାର ଟଙ୍କା କ୍ଷତି ହେଉଛି । ମାସକୁ ୫୦ ହଜାରରୁ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ କିସ୍ତି ଦେବାକୁ ପଡିଥାଏ ବୋଲି ମାଲିକ ମାନେ କହନ୍ତି ।ଟ୍ରକ ଗୁଡିକ ଚାଲି ନ ପାରିବାରୁ ଏଭଳି ପରସ୍ଥିତିରେ ଗାଡି ମାଲିକ ମାନେ ଚାରି ମାସ ହେଲାଣି କିସ୍ତି ଦେଇ ପାରୁନାହାନ୍ତି । ରୋଡ଼ ଟାକ୍ସ ଦେବା ପରିସ୍ଥିତିରେ ମଧ୍ୟ ନାହାନ୍ତି ଗାଡି ମାଲିକ ମାନେ ।ଏସବୁ ସମସ୍ୟା କୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଏବଂ ଖୋର୍ଦ୍ଧା ଜିଲ୍ଲାର ଗାଡି ମାଲିକ ମାନେ ନୂତନ କାର୍ଯ୍ୟକର୍ତ୍ତା ମାନଙ୍କୁ ଚୟନ କରି ଏକ କମିଟି ଗଠନ କରିଛନ୍ତି । ଟ୍ରାନ୍ସପୋର୍ଟ ଏଜେନ୍ସି ମାନଙ୍କ ମନମୁଖି ଗାଡି ଭଡା କମେଇବା ନୀତି କୁ ଆଗାମୀ ଦିନରେ ନୂତନ କମିଟି ଦ୍ୱାରା ମାଲିକ ମାନେ ମିଳିମିଶି ବିରୋଧ କରିବେ ବୋଲି ନିଷ୍ପତି ନିଆଯାଇଛି । ଋଣ କିସ୍ତି ଦେବା ପାଇଁ ଫାଇନାନ୍ସ କମ୍ପାନୀ ମାନେ ଗାଡି ମାଲିକ ମାନଙ୍କୁ ଆହୁରି ୬ ମାସ ସମୟ ଦେବା ଲାଗି ସଙ୍ଘ ତରଫରୁ ଦାବିପତ୍ର ଦିଆଯିବା ପାଇଁ ମଧ୍ୟ ନିଷ୍ପତି ନିଆଯାଇଥିବା ଜଣାପଡିଛି ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୧/୮/୨୦୨୧-----୧୦,୪୦ --- Sakhigopal News, 31/8/2021

Blog Archive

Popular Posts