Breaking News

ସରପଞ୍ଚକୁ ହତ୍ୟା ଧମକ ଦେଇ ଜଣେ ଗିରଫ,, ଖଣ୍ଡା ଜବତ

ଭଞ୍ଜନଗର- ସରପଞ୍ଚଙ୍କୁ ହତ୍ୟା ଧମକ ଦେଇ ଜଣେ ବ୍ୟକ୍ତି ଗିରଫ ହୋଇଛି । ଗଞ୍ଜାମ ଜିଲ୍ଲା ତାରସିଂ ପଞ୍ଚାୟତର ସରପଞ୍ଚ ଲିପିକା ସ୍ବାଇଁକୁ ସେହି ଗ୍ରାମର ପ୍ରତାପ ନାୟକ  ସୋମବାର ରାତ୍ରରେ ଏକ ଧାରୁଆ ଖଣ୍ଡା ଧରି ସରପଞ୍ଚଙ୍କଘର ଆଗରେ  ଅସଭ୍ୟଭାଷାରେ ଗଳିଗୁଲଜ କରିଥିଲେ । ଏବଂ ସରପଞ୍ଚକୁ ହତ୍ୟା କରିବାକୁ ମଧ୍ୟ ଧମକ ଦେଇ ଖଣ୍ଡା ଧରି ଘୁରିବୁଲୁଥିବା ଦେଖି ସରପଞ୍ଚଙ୍କ ପ୍ରତିନିଧି ଗାର୍ଲମାଧବ ପ୍ରଧାନ ଓରଫ(ଜିତୁ) ଏହି ଘଟଣାକୁ ନେଇ ତାରସିଂ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ତାରସିଂ ଥାନା ଅଧିକାରୀ ପ୍ରଦିପ୍ର କୁମାର ଦାଶ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପ୍ରତାପ ନାୟକ ଙ୍କୁ ଗିରଫ କରିବା ସହ ଖଣ୍ଡା ଜବତ କରିଛନ୍ତି । ଥାନାକୁ ଆଣି ଅଧିକ ତଦନ୍ତକରି  ପ୍ରତାପକୁ ତାରସିଂଥାନା କେସନଂ୨୧୪/୨୧ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଯାଇଥିବା ଥାନା ଅଧିକାରୀ ଶ୍ରୀ ଦାଶଙ୍କ ଠାରୁ ସୁଚନା ମିଳିଛି । ଥାନା ଅଧିକାରୀ ସଠିକ ସମୟରେ ପଦକ୍ଷେପ ନେଇଥିବାରୁ ଏକ ବଡ଼ ଧରଣର ଅଘଟଣକୁ ଏଡେଇ ଦିଆଯାଇ ପାରିଲା ବୋଲି ଜନସାଧାରଣ ରେ ଆଲୋଚନା ହେବା ସହ ଥାନା ଅଧିକାରୀ ଙ୍କୁ ସାଧୁବାଦ ଜଣାଇଛନ୍ତି । କହିଛ ନ୍ଭ ଭଞ୍ଜନଗରରୁ  ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୮/୨୦୨୧-----୫,୧୫  
Sakhigopal News,25/8/2021

Blog Archive

Popular Posts