ବେଆଇନ ମଦ ଭାଟି ଊପରେ ଅବକାରୀ ବିଭାଗର ଚଢାଉ : ୩ ଗିରଫ
ଭଞ୍ଜନଗର--- ଦୀର୍ଘଦିନ ଧରି ଜଗନ୍ନାଥପ୍ରସାଦ ଓ ଆଖପାଖ ଅଞ୍ଚଳରେ ବେଆଇନ ଭାବେ ଚାଲିଥିଲା ଦେଶୀ ମଦ ତିଆରି । କୈଣସି ସୁତ୍ରରୁ ଖବର ପାଇ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବାଧୁଆ,ଚଢେଆପଲ୍ଲୀ, ଢୁଙ୍ଗାପଲ୍ଲୀଓ ଖୁଡୁରୁଗୋଛା ଗ୍ରାମ ନିକଟ ଜଙ୍ଗଲରେ ଭଞ୍ଜନଗର ଅବକାରୀ ବିଭାଗ ଚଢାଉ କରିଥିଲେ ।ଏହି ୪ଟି ଗ୍ରାମରେ ବେଆଇନରେ ଭାବେ ମଦ ରନ୍ଧା ଚାଲିଥିବା ବେଳେ ସେଠାରୁ ୧୩୨ ଲିଟର ମଦ , ରନ୍ଧାମଦରେ ବ୍ୟବହୃତ ସରଞ୍ଜାମ ଜବତ ସହ ୨୨୫୦ଲିଟର ପୋଚ ନଷ୍ଟ କରିଛି । ସଂପୃକ୍ତ ୩ ଜଣଙ୍କୁୁ ଗିରଫ କରିଛି ଅବକାରୀ ବିଭାଗ । ଛତ୍ରପୁର ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭୋତ୍ରା ଙ୍କ ନିର୍ଦ୍ଦେଶକ୍ରମେ ଆସିକା ରେଞ୍ଜ ଅଧିକାରୀ ଧରେନ୍ କୁମାର ବେହେରା ଙ୍କ ତତ୍ବାବଧାନରେ ଭଞ୍ଜନଗର ଅବକାରୀ ବିଭାଗ ଅଧିକାରୀ ରମ୍ବା ବାଘଙ୍କ ସହଯୋଗ ରେ ଏହି ଚଢାଉ କରାଯାଇଥିଲା । ଏଏସଆଇ ରାମେଶ୍ବର ବେହେରା , ନିଳାମ୍ବର ନାୟକ ,କନେଷ୍ଟବଳ ସନାତନ ନାହାକ , ସୁବଳ ପ୍ରଧାନ , ଜି ଭିମା ରାଓ, ଏବଂ କୃଷ୍ଣ ଚନ୍ଦ୍ର ସେଠୀ ପ୍ରମୁଖ ଏହି ଚଢାଉରେ ସାମିଲି ଥିଲେ ।ଗିରଫ ଅଭିଯୁକ୍ତ ହେଲେ ଖୁଡୁରୁଗୋଛ ଗ୍ରାମର ପ୍ରମୋଦ ମଲ୍ଲୀକ,ଚଢିଆପଲ୍ଲୀ ଗ୍ରାମର ବିଦ୍ୟାଧର ପ୍ରଧାନ ଓ ଢୁଙ୍ଗାପଲ୍ଲୀ ଗ୍ରାମର ରମେଶ ନାୟକ ବୋଲି ଜଣାପଡିଛି । ତେବେ ଆସନ୍ତା ଦିନମାନଙ୍କରେ ଏହି ଚଢାଉ ଜାରି ରହିବ ବୋଲି ଭଞ୍ଜନଗର ଅବକାରୀ ଅଧିକାରୀ ରମ୍ଭା ବାଗ କହିଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୮/୨୦୨୧--- ୪,୪୬
Sakhigopal News,24/8/2021