କେନାଲ ପାଣି ଏବେ ଲୋକଙ୍କର ପାନୀୟ ଜଳ ପାଲଟିଛି
ସାକ୍ଷୀଗୋପାଳ ------ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ମାଳସାହି ଦଳିତବସ୍ତିର ପ୍ରାୟ ୨ଶହ ଲୋକ ମାନେ ଏବେ କେନାଲ ପାଣି ସେମାନଙ୍କର ପାନୀୟ ଜଳ ଭାବେ ବ୍ୟବହାର କରିଛନ୍ତି । = । ଦେଶ ସ୍ୱାଧୀନତାର ୭୫ ବର୍ଷ ପରେ ବି ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ । ବିଗତ ଦିନରେ ସେମାନଙ୍କୁ ପାଇପି ଯୋଗେ ପାନୀୟ ଜଳ ଯୋଗାଣ କରାଯାଉଥିଲା । ମାତ୍ର ମେଘା ପାନୀୟ ଜଳ ପ୍ରକଳ୍ପ କାମ ନେଇଥିବା ଏଲଆଣ୍ଡଟି କମ୍ପାନୀ ପାଇପି ବିଛାଇବା ନାମରେ ପୁରୁଣା ପାଇପି ଭାଙ୍ଗିରୁଜି ଦେଇଛି । ଛଅ ମାସ ହୋଇଗଲା ଗ୍ରାମବାସୀ ମାନେ ନାହିଁ ନଥିବା ପାନୀୟ ଜଳ ପାଇଁ ଅସୁବିଧା ଭୋଗୁଛନ୍ତି । ଗ୍ରାମରେ ଥିବା ଏକମାତ୍ର ନଳକୂପ ଥାଇକି ମଧ୍ୟ ନଥିଲା ପରି । ନଳକୂପ ରୁ ପାଣି ବାହାରୁଛି ମାତ୍ର ସେ ପାଣି ପାଖକୁ ଯିବାକୁ ଗ୍ରାମାବସୀ ମାନେ ଭୟ କରୁଛନ୍ତି । ନଳକୂପ ପାଣିରେ ଗୋଡ ବା ହାତ ଧୋଇଲେ ନାଲ ପଡିଯାଉଛି । ଗ୍ରାମବାସୀ ମାନେ =ପାଖ ଭାର୍ଗବୀ ନଦୀରୁ ପାଣି ଆଣି ବ୍ୟବହାର କରୁଥିଲେ । ମାତ୍ର କେନାଲରେ ପାଣି ଆସିଯିବାରୁ ନଦୀକୁ ଯିବା ରାସ୍ତା ନାହିଁ । ଏଣୁ ଉକ୍ତ ଗ୍ରାମବାସୀ ମାନେ ବାରମ୍ବାର ସରପଞ୍ଚ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି କହନ୍ତି । ଏବେ ସେହି କେନାଲ ପାଣି ସେମାନଙ୍କର ପାନୀୟ ଜଳ ପାଲଟିଛି । ତୁରନ୍ତ ପୁରୀ ଜିଲ୍ଳାପାଳ ନଜର ଦେବାକୁ ଗ୍ରାମବାସୀ ମାନଙ୍କ ପକ୍ଷରୁ ଦାବି ହେଉଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର େ=ସନାପତି, ୨୧/୮/୨୦୨୧---୮,୫୦ Sakhigopal News, 21/8/2021