Breaking News

ଗର୍ଭବତୀ ମହିଳାଙ୍କ ମୃତ୍ୟୁ ପରେ , ସଂପର୍କୀୟ ଙ୍କ ପକ୍ଷରୁ ମେଡିକାଲ ରେ ଉତ୍ତେଜନା

 
ଭଞ୍ଜନଗର---  ରେଭଂଜନଗର ଉପଖଣ୍ଡ ଚିକିତ୍ସାଳୟରେ  ଗର୍ଭବତୀ ଙ୍କ ମୃତ୍ୟୁ । ଏହାକୁ ନେଇ ସଂପର୍କୀୟ ଙ୍କ ପକ୍ଷରୁ କିଛି ସମୟ ପାଇଁ ମେଡିକାଲ ରେ ଉତ୍ତେଜନା ଦେଖାଦେଇଥିଲା ।  ମୃତ ମହିଳା ଜଣକ ହେଲେ , ତାରାସିଂ ଥାନା ଅନ୍ତର୍ଗତ ହରିଗଡ ଗ୍ରାମ ର ବସନ୍ତ ନାୟକ ଙ୍କ ପତ୍ନୀ ଯଶୋମତୀ ନାଇକ । ଗର୍ଭଯନ୍ତ୍ରଣା ହେବାପରେ  ଗତ ୨୫ ତାରିଖ ରେ ସେ ଭଂଜନଗର ମେଡିକାଲ ରେ ଭର୍ତି ହୋଇଥିଲେ । ମୃତ ଯଶୋମତୀର ରକ୍ତ ହିନତା  ଥିବାରୁ ତାଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ଚିକିତ୍ସା କରୁଥିବା ଡାକ୍ତର  ପଠାଇଥିଲେ । ମାତ୍ର ଅର୍ଥ ଅଭାବରୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ନେଇପାରିନଥିଲେ ପରିବାର । ତେବେ ଅବସ୍ଥା ଗୁରୁତର ଥିବାରୁ  ମେଡିକାଲ ରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ କିଛି ସମୟ ପାଇଁ  ସଂପର୍କୀୟ ଙ୍କ ପକ୍ଷରୁ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣା ପରେ ଭଂଜନଗର ଥାନା ପୋଲିସ ପହଞ୍ଚି  ବୁଝାସୁଝା କରିଥିଲେ । ବିଭିନ୍ନ ସମୟରେ ମେଡିକାଲ ରେ  ଚିକିତ୍ସା  ଓ ରେଫେର ବ୍ୟବସ୍ଥା କୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ବେଳେ ବେଳେ ଉତ୍ତେଜନା ଦେଖାଯାଇଥାଏ   । ଏଣୁ ଏ ଦିଗରେ ଜିଲ୍ଲା ଉଚ୍ଚ କତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେବା ଜରୁରୀ ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୮/୨୦୨୧----୯,୩୦ 
Sakhigopal News, 27/8/2021

Blog Archive

Popular Posts