Breaking News

ବନ୍ଦ କୋଠରୀରୁ , ବନରକ୍ଷୀ ଙ୍କ ମୃତଦେହ ଉଧାର , କାରଣ ଅସ୍ପଷ୍ଟ



ଭଞ୍ଜନଗର--- ବନ୍ଦ ଥିବା  ଘର ଭିତରୁ ବନରକ୍ଷୀ ଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି ।  ଗଂଜାମ ଜିଲ୍ଲା  ଉତ୍ତର ଘୁମୁସର ବନଖଣ୍ଡ ର କେନ୍ଦ୍ରିୟ ବନ୍ୟଞ୍ଚଳ ଅନ୍ତର୍ଗତ  ଖାରିଗୁଡା ଗାଁ ନିକଟ  ଫରେଷ୍ଟ ଗାର୍ଡ ବିଟ୍ ହାଉସ୍ ରେ ଦେଖିବାକୁ ମିଳିଛି ଏଭଳି ଘଟଣା । ମୃତ ବନରକ୍ଷୀ ଜଣକ ହେଲେ  ଖାରିଗୁଡା ବିଟ୍ର ବନରକ୍ଷୀ ସିମାଞ୍ଚଳ ବେହେରା (୫୮)। ଖବର ପାଇ ଗାଙ୍ଗପୁର ଥାନା ପୋଲିସ ପହଞ୍ଚି ବନ୍ଦ ଥିବା ଘର ଭିତରୁ ମୃତ ଦେହକୁ ଉଧାର କରିଛି । ସେ ଉକ୍ତ ଘରେ ଏକାକୀ ଥିବା ବେଳେ  ଗତ ବୁଧବାର ରାତିରୁ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତେବେ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଥିବା ବେଳେ  ଉଧାର ମୃତ ଦେହକୁ ପୋଲିସ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଭଂଜନଗର ମେଡିକାଲ କୁ ପଠାଯାଇଛି । ଘଟଣା ସଂକ୍ରାନ୍ତରେ ତଦନ୍ତ ଆରମ୍ଭ କରିଛି ପୋଲିସ । ମୃତ ବନରକ୍ଷୀ ଙ୍କ ଘର ଭଂଜନଗର ନିକଟ ଲଣ୍ଢେଇସାହିରେ । ଘଟଣା ସ୍ଥଳରେ ପରିବାର ଲୋକେ ଓ ବନବିଭାଗ ର କର୍ମଚାରୀ ମାନେ ପହଞ୍ଚିଥିଲେ । ଏନେଇ ମୃତକଙ୍କ ଭାଇ ଗାଙ୍ଗପୁର ଥାନା ରେ ଲିଖିତ ଏତଲା ଦେଇଛନ୍ତି ।  ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଛି  । ଗାଙ୍ଗପୁର ଥାନା କେଶ୍ ନମ୍ବର ୨୦/୨୧ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ନେଇ ଥାନାଧିକାରୀ ଧିରେଶ୍ କୁମାର ଦାସ ସୂଚନା ଦେଇଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୮/୨୦୨୧ ----୫,୩୦ Sakhigopal News, 27/8/2021

Blog Archive

Popular Posts