Breaking News

ରଣପୁର ରେ ମିଳୁନି ପାଠ୍ୟ ପୁସ୍ତକ ଛାତ୍ର ଛାତ୍ରୀ ଅଭିଭାବକ ଆସୋନ୍ତୋଷ ବୃଦ୍ଧି ପାଉଛି



ରଣପୁର---- କରୋନା ପ୍ରଭାବ ରେ ଶିକ୍ଷା ବ୍ୟବସ୍ତା ଭୁଷୁଡିବାରେ ଲାଗିଛି । ଗତ ଶିକ୍ଷା ବର୍ଷ ରେ ପ୍ରଥମ ରୁ ଅଷ୍ଟମ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ନଯାଇ ପରୀକ୍ଷା ନଦେଇ ସମସ୍ତେ ଉତୀନ୍ନ ହେଲେ । କିନ୍ତୁ ଚଳିତ ଶିକ୍ଷା ବର୍ଷ ଆରମ୍ଭ ହୋଇଥିଲେ ମଧ୍ୟ ଏଯାଏଁ ବିଦ୍ୟାଳୟ ଖୋଲି ନାହିଁ ।କେବଳ ଶିକ୍ଷକ ବିଦ୍ୟାଳୟ କୁ ଯାଇ ଯେଉଁଠି ମୋବାଇଲ ନେଟୱାର୍କ ଅଛି ସେଠି ଶିକ୍ଷାଦାନ ଦେଉଛନ୍ତି । ବିଦ୍ୟାଳୟ କୁ ପିଲାମାନେ ଆସୁନାହାଁନ୍ତି । ଯେଉଁ ଗ୍ରାମାଞ୍ଚଳ ପିଲା ମାନଙ୍କର ମୋବାଇଲ ନାହିଁ ସେମାନେ ଶିକ୍ଷା ପାଇବାରୁ ବଂଚିତ ହେଉଛନ୍ତି । ଅଭିଭାବକ ମାନେ ନିଜେ ନିଜ ପିଲା ମାନଙ୍କୁ ଘରେ ଶିକ୍ଷାଦାନ ଦେବାକୁ ଚାହିଁଲା ବେଳେ ପାଠ୍ୟ ପୁସ୍ତକ ଶିକ୍ଷକ ମାନେ ଯୋଗାଉ ନଥିବା ଅଭିଯୋଗ ହେଉଛି ।ପାଠ୍ୟ ପୁସ୍ତକ ଯୋଗାଣ ବିଳମ୍ବ ନେଇ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ରତ୍ନାକର ପାଣି ଙ୍କ ସହ ଯୋଗାଯୋଗ କରିବାରୁ ସେ କହନ୍ତି ପ୍ରଥମ ଶ୍ରେଣୀ ରେ ୧୮୬୭ ପିଲା ବହି ଆସିଛି ୧୬୫୦ସେଟ୍‌ , ଦ୍ୱିତୀୟ ଶ୍ରେଣୀ ରେ ୧୯୩୪ ପିଲା ବହି ଆସିଛି ୧୮୨୩ ସେଟ୍ , ଚତୁର୍ଥ ଶ୍ରେଣୀ ରେ ୨୦୭୫ ପିଲା ବହି ଆସିଛି ୨୦୨୦ ସେଟ୍ , ପଞ୍ଚମ ଶ୍ରେଣୀରେ ୨୨୭୩ ପିଲା ବହି ଆସିଛି ୧୯୨୫ ସେଟ୍‌ , ଷଷ୍ଠ ଶ୍ରେଣୀରେ ୨୧୮୬ ପିଲା ବହି ଆସିଛି ୨୦୭୫ ସେଟ୍ କିନ୍ତୁ ଇଂରାଜୀ ବହି ଆସିଛି ମାତ୍ର ୧୦୭୫ ସେଟ୍ ବାକି ତୃତୀୟ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲା ସଂଖ୍ୟା ଠାରୁ ଅଧିକ ବହି ଆସିଛି । କରୋନା ଯୋଗୁଁ ଘରୋଇ ବିଦ୍ୟାଳୟ ଗୁଡିକରୁ ଅନେକ ଛାତ୍ର ଛାତ୍ରୀ ସରକାରୀ ବିଦ୍ୟାଳୟ ରେ ଅଧିକ ସଂଖ୍ୟା ରେ ନାମ ଲେଖାଇଲେ । ତେଣୁ ସଂଖ୍ୟା ଜାଣି ହେଲା ନାହିଁ । ସଂଖ୍ୟା ଅନୁସାରେ ବହି ଆସିପାରିଲା ନାହିଁ । ଏବେ ବହି ମଗା ଯାଇଛି ବହି ଆସିଲେ ବଣ୍ଟନ କରାଯିବ । ଅପର ପକ୍ଷେ ତୁରନ୍ତ ବହି ଯୋଗାଇବା ପାଇଁ  ଅଭିଭାବକ ମାନେ ଅନୁରୋଧ କରିଛନ୍ତି । ରଣପୁରରୁ ରାକେଶ ଚନ୍ଦ୍ର ପାଢ଼ୀ ଙ୍କ ରିପୋର୍ଟ ,୨୫/୮/୨୦୨୧-----୮,୩୦ Sakhigopal News,25/8/2021

Blog Archive

Popular Posts