କାଠ ଚୋରାଚାଲାଣ ବେଳେ ବନବିଭାଗ ପକ୍ଷରୁ ଚଢ଼ାଉ , ଡାଲା ଅଟୋ ସହ କାଠ ଜବତ: ଜଣେ ଗିରଫ
ଭଞ୍ଜନଗର-- ଡାଲାଅଟୋ ରେ କାଠ ଚୋରା ଚାଲାଣ ବେଳେ ବନବିଭାଗର ଚଢ଼ାଉ କରି ୧୨ଖଣ୍ଡ ଶାଳ କାଠ ସହ , ଡାଲାଅଟୋ ଜବତ କରିଛନ୍ତି। ଅଟୋ ଡ୍ରାଇଭରକୁ ଗିରଫ କରିଛି ବନବିଭାଗ । ସୁଚନା ଯୋଗ୍ୟ ଯେ ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ବନାଞ୍ଚଳ ଅଧିନରେ ଥିବା ଗଣ୍ଡିଶୂଳା ଗାଁ ନିକଟରେ ଚଢ଼ାଉ କରିଥିଲେ ବିଭାଗୀୟ କର୍ମଚାରୀ । ଏକ ଅଟୋରେ ବେଝେଇ ହେଇ ଶାଳ ସାଇଜ କାଠ ଆସୁଥିବାର ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ କୈଣସି ସୁତ୍ରରୁ ଖବର ପାଇଥିଲେ । ଭଞ୍ଜନଗର ବନପାଳ ବଂଶୀଧର ବିଷୋୟୀଙ୍କ ନେତୃତରେ ବନରକ୍ଷୀ ଦୀନବନ୍ଧୁ ମିଶ୍ର ଓ ଶୁଶାନ୍ତ କୁମାର ମିଶ୍ର, ଗଣ୍ଡିଶୂଳା ଗ୍ରାମ ନିକଟରେ ଅଟୋଟିକୁ ଜଗି ରହିଥିଲେ । ଉକ୍ତ ଶାଳ ସାଇଜ କାଠ ବେଝେଇ ଡାଲା ଅଟୋ ଗାଡିଟି ଆସିବା କ୍ଷଣି ଗାଡିକୁ ବନକର୍ମଚାରୀ ମାନେ ଅଟକାଇଥି । ଯାଞ୍ଚ କରିବା ପରେ ଅଟୋ ଗାଡ଼ିରେ ଶାଳ ସାଇଜ କାଠ ୧୨ଖଣ୍ଡ ରହିଥିଲା । ଘଟଣାସ୍ଥଳରୁ ବେଝେଇ / ଶାଳ କାଠ ସହ ଅଟୋକୁ ଜବତ କରିଥିଲା ଜଙ୍ଗଲ ବିଭାଗ । ସଂପୃକ୍ତ କାଠ ବ୍ୟବସାୟୀ ଅରକ୍ଷିତ ଗୈାଡକୁ ଗିରଫ କରି ମୁଜାଗଡ ବନାଞ୍ଚଳ କାର୍ଯ୍ୟଳୟକୁ ଅଣାଯାଇ ଅଧିକ ତଦନ୍ତ କରାଯାଇଥିଲା । କାଠ ବ୍ୟବସାୟୀ ଅରକ୍ଷିତକୁ କୋର୍ଟ ଚାଳଣ କରାଯାଇଥିବା ବନାଞ୍ଚଳ ଅଧିକାରୀ ଶ୍ରୀ ସାହୁ କହିଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୮/୨୦୨୧ Sakhigopal News,19/8/2021