Breaking News

ଚାଇଁପୁର ବେହେରାସାହିରେ ନନ୍ଦ ଉତ୍ସବ ପାଳିତ

 


ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଚାଇଁପୁର ଗ୍ରାମ ପଞ୍ଚାୟତର  ଉତ୍ସବ ଯାକଜମକରେ ପାଳିତ ହୋଇଯାଇଛି । ସତେ ଯେପରି ଚାଇଁପୁର ମୌଜାରେ ଶ୍ରୀକୃଷ୍ଣ ଜନ୍ମଲାଭ କରିଛନ୍ତି ।  ଏହି ପରମ୍ପରା ଲୋପ ପାଇଯାଉଥିବା ବେଳେ ବେହେରାସାହିର ଗ୍ରାମବାସୀ ମାନେ ଏହି ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ।  ସ୍ଥାନୀୟ ଯୁବକ ମାନଙ୍କ ସହଯୋଗରେ ଅନୁଷ୍ଠିତ ଉତ୍ସବରେ  ଅତିଥି ଭାବେ  ସ୍ଥାନୀୟ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡା ଅତିଥି ଭାବେ ଯୋଗ ଦେଇଥିଲେ । ମଣିଷବେଶ ଧାରି ନନ୍ଦରାଜା, ଯଶୋଦାରାଣି, ଶ୍ରୀକୃଷ୍ଣ ଓ ବଳରାମ ବେଶ ସହିତ ବାଜା ବଜାଇ ନାଚଗୀତ କରି ଗ୍ରାମ ପରିକ୍ରମା କରିବାସହ ପାଖରେ ଥିବା ଲୁଣାନଦୀରେ ଯମୁନା ଗାଧୁଆ କରିଥିଲେ । ଗ୍ରାମର ପାଇକ ମାନେ ଲଉଡିବାଡି ଖେଳ ପ୍ରଦର୍ଶନ କରିଥିଲେ । ସେଠାରେ ସରପଞ୍ଚ ଓ ତାଙ୍କ ବଡଭାଇ ରମେଶ ପରିଡା ବାଡିଖେଳ ଖେଳିଥିଲେ । ଗଙ୍ଗାଧର ବେହେରା, ତ୍ରିପାଥ ମାଣ୍ଡିଆ, ରମେଶ ମାଣ୍ଡିଆ, ଜୟକୃଷ୍ଣ ବେହେରା, ବିଶ୍ୱନାଥ ମାଣ୍ଡିଆ, ଦିବାକର ବେହେରା, ରଘନାଥ ନାୟକ, ବିକାଶ ବେହେରା  ଉତ୍ସବ ପରିଚାଳନା କରିଥିଲେ ।

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩୧/୮/୨୦୨୧---୧୦,୨୫   Sakhigopal News, 31/8/2021

Blog Archive

Popular Posts