Breaking News

ରାହୁଲ ଗାନ୍ଧୀଙ୍କ ପ୍ରତି ଅସାଳୀନ ମନ୍ତବ୍ୟ ପ୍ରତିବାଦରେ ଡେଲାଙ୍ଗରେ ପୁରୀ ସାଂସଦଙ୍କ କୁଶପୁତଳିକା ଦାହ



  ଡେଲାଙ୍ଗ --- ଡେଲାଙ୍ଗ ହାଟବଜାର ନିକଟରେ କଂଗ୍ରେସ ଦଳ ପକ୍ଷରୁ ପୁରୀ ସାଂସଦ ଡ ସମ୍ବିତ ପାତ୍ରଙ୍କ କୁଶପୁତଳିକା ଦାହ କରାଯାଇଛି  । ବିଜେପି ଦଳ ପକ୍ଷରୁ ଦାଣ୍ଡମୁକୁନ୍ଦପୁର ଠାରେ  ଏକବର୍ଷ ପୂର୍ତ୍ତି ଉତ୍ସବ ପାଳନ ଅବସରରେ କଂଗ୍ରେସ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପୁରୀ ସାଂସଦ ଦେଇଥିବା ଦ୍ରୁଷ୍ଟିରୁ ଏହାର ପ୍ରତିବାଦ କରାଯାଇ ଥିଲା  । ଡେଲାଙ୍ଗ ବ୍ଲକ କଂଗ୍ରେସ ଦଳ ସଭାପତି ନିର୍ମଳ କୁମାର ପରିଡାଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଏକତ୍ରୀତ ହୋଇ ସାଂସଦ ଡଃ  ପାତ୍ରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ କୁଶପୁତଳିକା ଦାହ କରିଥିଲେ  । ଏଥିରେ ନାରୀନେତ୍ରୀ ନିରୁପମା ପାତ୍ର  , ବରିଷ୍ଠ କଂଗ୍ରେସ ନେତା ବିଶ୍ୱକେସନ ମହାପାତ୍ର ହରିଚନ୍ଦନ  , ପିପିଲି ବ୍ଲକ କଂଗ୍ରେସ ସଭାପତି ଗୁଣନିଧି ପ୍ରଧାନ  , ସୂର୍ଯ୍ଯନାରାୟଣ ସାମନ୍ତରାୟ  ଓ ବିଶ୍ୱରଞ୍ଜନ ବଳବନ୍ତ ରାୟ ପ୍ରମୁଖ କଂଗ୍ରେସ ନେତ୍ରୁମଣ୍ଡଳି ଉପସ୍ଥିତ ରହିଥିଲେ। କଂଗ୍ରେସ ଦଳ କର୍ମୀମାନେ ଏକ ଶୋଭାଯାତ୍ରାରେ ଡେଲାଙ୍ଗ ବ୍ରିଜ ଠାରୁ ହାଟବଜାର ପରିକ୍ରମା କରିଥିଲେ  । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୮/୬/୨୦୨୫----୮,୩୫ Sakhigopal News,8/6/2025

Blog Archive

Popular Posts