Breaking News

ମନ୍ତ୍ରୀ ଙ୍କ ଉପସ୍ଥିତି ରେମିଶନ୍ ଶକ୍ତି ବ୍ୟାଙ୍କ ଋଣମେଳା କାର୍ଯ୍ୟକ୍ରମ


ଭଞ୍ଜନଗର- ଗଂଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ବ୍ଳକ ଠାରେ  ସ୍ଥାନୀୟ ବିଧାୟକ ତଥା ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ଅଧ୍ୟକ୍ଷତା ରେ  ମିଶନ୍ ଶକ୍ତି ବ୍ୟାଙ୍କ ଋଣମେଳା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
କନ୍ଧମାଳ ସାଂସଦଙ୍କ ଜଗନ୍ନାଥପ୍ରସାଦ ବ୍ଳକ ପ୍ରତିନିଧି  ବିପ୍ରଚରଣ ବାରିକ ସଂଯୋଜନା କରିଥିଲେ । ବାଙ୍କତାରା ଓ ବି.ଡି.ପୁର ଠାରେ ଆୟୋଜିତ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ରେ ୩୦୦ ରୁ ଉର୍ଦ୍ଧ୍ବ ସ୍ବୟଂ ସହାୟିକା ଗୋଷ୍ଠୀ  ଙ୍କୁ , ୨ ଲକ୍ଷ ଟଙ୍କା ଲେଖାଏଁ ଋଣ ଚେକ୍ ପ୍ରଦାନ କରିଥିଲେ ମନ୍ତ୍ରୀ । ରାଜ୍ୟ ସରକାରଙ୍କ ମିଶନ୍ ଶକ୍ତି ଯୋଜନା ମାଧ୍ୟମରେ ଏହି ଋଣ  ବିନା ସୁଧରେ ପ୍ରଦାନ କରାଯାଉଛି । ଏହାଦ୍ବାରା ମହିଳା ମାନେ ସ୍ବାବଲମ୍ବୀ ଓ ରୋଜଗାରକ୍ଷମ ହୋଇପାରିବେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୮/୨୦୨୧---- ୯,୧୫  Sakhigopal News,25/8/2021

Blog Archive

Popular Posts