Breaking News

ଫାର୍ମ ମାଲିକ ଙ୍କ ବିଦ୍ୟୁତ ଆଘାତ ରେ ମୃତ୍ୟୁ


ଭଞ୍ଜନଗର-ଶୁକ୍ରବାର ଅପରାହ୍ନରେ ନିଜର କୁକୁଡ଼ା   ଫାର୍ମ ମାଲିକ ଝାଡ ସାହି ଗ୍ରାମର ସନ୍ତୋଷ କୁମାର ବେହେରା( 38) ଙ୍କର ବିଦ୍ୟୁତ ଆଘତରେ ମୃତ୍ୟୁ ଘଟିଛି । ମିଳିଥବା ସୂଚନା ଅନୁସାରେ ଝାଡ଼ ସାହି ଗ୍ରାମ ନିକଟରେ ସନ୍ତୋଷଙ୍କର ବ୍ରୟଲର କୁକୁଡ଼ା ଫାର୍ମ  ରହିଛି । ପ୍ରାୟ ଦିନ ତିନିଟା ବେଳେ ବର୍ଷା ପଵନ ହେତୁ ଫାର୍ମର ଲାଇନ କଟି ଯାଇଥିଲା । କରେଣ୍ଟ ଆସିବା ପରେ ଲାଇନ ନଜଳିବାରୁ  ନିଜେ ସନ୍ତୋଷ ବିଦ୍ୟୁତ ସଜାଡିବାରେ ଲାଗି ଯାଇଥିଲେ । ଏହି ସମୟରେ ଦୁର୍ଭାଗ୍ୟବଶତଃ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଯାଇଥିଲା ଫଳରେ ସେ ବିଦ୍ୟୁତ ତାରରେ ଲାଗି ଛଟପଟ ହେଉଥିବା ଦେଖି ଉପସ୍ଥିତ କର୍ମଚାରୀ ମାନେ କାଠରେ ବାଡେଇ ଖୁଣ୍ଟରୁ ବିଦ୍ୟୁତ ସଂଯୋଗ ଛିନ୍ନ କରିଥିଲେ । ସେତେବେଳେକୁ ସନ୍ତୋଷଙ୍କର ଶରୀର ନିରବ ହୋଇଯାଇଥିଲା । ତଥାପି ଦମକଳ ବାହିନୀ ସହାୟତା ରେ ଜଗନ୍ନାଥ ପ୍ରସାଦ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।  ଡାକ୍ତର ତାଙ୍କୁ  ମୃତ୍ୟୁ ଘୋଷଣା କରିବାସହ  ସ୍ଥାନୀୟ ଥାନାକୁ ଜଣାଇଥିଲେ ।  ପୋଲିସ ମେଡିକାଲ ରେ ପହଞ୍ଚି ଶବକୁ ଜବତ କରି ବା ସହ ତଦନ୍ତ  କରି ଏକ  ଅପମୃତ ମାମଲା ରୁଜୁ କରିଛନ୍ତି।  ଆସନ୍ତା କାଲି ମୃତ୍ୟୁ ଶରୀର କୁ ବ୍ୟବଛେଦ ପାଇଁ ଭଞ୍ଜନଗର ପଠାଯାଇ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର କୁ ହସ୍ତାନ୍ତର କରାଯିବ ବୋଲି ଜଗନ୍ନାଥ ପ୍ରସାଦ ଥାନା  ଅଧିକାରୀ  ଦିଲ୍ଲୀପ ସ୍ୱାଇଁ କହିଛନ୍ତି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,
୨୭/୮/୨୦୨୧---୯,୨୦
 Sakhigopal News,27/8/2021

Blog Archive

Popular Posts