Breaking News

ଡେଲାଙ୍ଗରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ


 ଡେଲାଙ୍ଗ ------ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଗୁଆଳିପଡା ଗ୍ରାମ ପଞ୍ଚାୟତର କଲ୍ୟାଣମଣ୍ଡପ ଠାରେ ୨୧ ଗୋଟି ପଞ୍ଚାୟତର  ମହିଳା ସଭାନେତ୍ରୀ ଓକର୍ମୀ ମାନେ ଯୋଗ ଦେଇଥିଲେ ।  ଏହି କାର୍ଯ୍ୟକାରିଣୀବୈଠକର ମୁଖ୍ୟ ଲକ୍ଷ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାକିପରି ପ୍ରତି ପରିବାର ପାଖରେ ପହଞ୍ଚିବା । ଗ୍ରାମ ମାନଙ୍କରେ ଗଡି ଉଠିଥିବା ମହିଳା ଗୋଷ୍ଠୀ ମାନଙ୍କୁ ସ୍ୱାବଲମ୍ଭୀ କରିବା ସହିତ ବିଜେଡି ଦଳକୁ ଜଳସ୍ତରରେ ମଜବୁତ କରିବା ଆଜିର ଏହି ବୈଠକର ମୁଖ୍ୟ ଲକ୍ଷ୍ୟ  ରହିଥିଲା । ବିଶେଷ କରି ଦିବଂଗତ ପ୍ରଦୀପ ମହାରଥୀଙ୍କ ପରେ ତାଙ୍କର ଏକମାତ୍ର ପୁତ୍ର ରୁଦ୍ର  ପ୍ରତାପ ମହାରଥୀ ବିଜେଡି ଦଳର ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ବାପାଙ୍କ ସେହି ଅଧୁରା କାମକୁ  ପୂର୍ଣ୍ଣ କରିବା ଓ ଡେଲାଙ୍ଗ ଅଞ୍ଚଳରେ ଯେଉଁପରି ମା ମାନେ ମହାରଥୀଙ୍କୁ ଭଲ ପାଇବା ଓ ଯେଉଁ ସ୍ନେହ ଦେଇ ଆସୁଥିଲେ ସେହି ସ୍ନେହ ଓ ଭଲ ପାଇବା ପାଇଁ ରୁଦ୍ର ଚେଷ୍ଟା ଜାରି ରଖିଛନ୍ତି ।  ମା ମାନଙ୍କର ସେହି ଜୁନିୟର ମହାରଥୀଙ୍କ ଉପରେ ଅଖଣ୍ଡ ଭରଷା ରହିଛି । ବାପାଙ୍କ ପରି ତାଙ୍କ ପୁଅ ରୁଦ୍ର ନିଶ୍ଚୟ  ତାଙ୍କ କାମ କରିବ ବୋଲି  ମା ମାନେ ଆଶା ଓ ବିଶ୍ୱାସ ରଖିଛନ୍ତି । ଏହି ବୈଠକରେ ସତ୍ୟବାଦୀର ବିଧାୟକ ଉମାକାନ୍ତ ସାମନ୍ତରାୟ, ଡେଲାଙ୍ଗ ବ୍ଳକ ବିଜେଡି ସଭାପତି ବୈରାଗୀ ଜେନା, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରସନ୍ନ ସାହୁ, ପୁରୀ ଜିଲ୍ଲା ବିଜେଡି ସମ୍ପାଦକ ଧରଣୀଧର ସାହୁ, ସାଧାରଣ ସମ୍ପାଦକ କିଶୋର ଛୋଟରାୟ, ସ୍ଥାନୀୟ ସରପଞ୍ଚ କାଳନ୍ଦୀ ଜେନା, ପିପିଲି, ଡେଲାଙ୍ଗ ବିଜେଡି ମହିଳା ପର୍ଯ୍ୟବେକ୍ଷକ ସନ୍ଧ୍ୟାରାଣୀ ବିଶ୍ୱାଳ, ପୂର୍ବତନ ବ୍ଳକ ଅଧ୍ୟକ୍ଷା ଦମୟନ୍ତୀ ନିଶଙ୍କ, ଜିଲ୍ଲା ପରିଷଦ ସଭ୍ୟ ମଳୟ ମହାନ୍ତି, ଦେବାଶିଷ ନନ୍ଦ, ଷ୍ପୁଷ୍ପଞ୍ଜଳି ସାସମଲ,ପିପିଲି ବ୍ଳକର ବିଜେଡି ଦଳର ମହିଳା  ସଭାନେତ୍ରୀ ଜ୍ୟୋସ୍ନା ରାଣୀ ପୁଷ୍ଟିଙ୍କ ସହିତ ଡେଲାଙ୍ଗ ବ୍ଳକର ୨୧ ଗୋଟି ପଞ୍ଚାୟତର ବିଜେଡି ଦଳର ମହିଳା ସଭାନେତ୍ରୀ ଓ ଆଗ ଧାଡିର ମହିଳା କର୍ମୀ ମାନେ ଯୋଗ ଦେଇଥିଲେ । ଡେଲାଙ୍ଗ ବ୍ଳକର ବିଜେଡି ମହିଳା ସଭାନେତ୍ରୀ ବାସନ୍ତୀ ସାହୁ ଧନ୍ୟବାଦ ଦେଇଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୮/୨୦୨୧---=୮,୧୫  Sakhigopal News, 24/8/2021

Blog Archive

Popular Posts