ଓଡଗାଁ ଆଦର୍ଶ ଥାନା ପୋଲିସ କବଜାରେ ଲୁଟେରା, ୨ଟି ବାଇକ, ମୋବାଇଲ,୪୫,୦୦୦ ଟଙ୍କା ସହ ମାଷ୍ଟର କି ଜବତ-
ଓଡଗାଁ---ନୟାଗଡ଼ ଜିଲ୍ଲା ଓଡଗାଁ ଆଦର୍ଶ ଥାନା ପୋଲିସ କବଜାରେ ଜଣେ ଲୁଟେରା ଧରା ପଡିଛି। ଲୁଟେରା କୁ ଗିରଫ ପରେ ପୋଲିସ ତାଙ୍କ ଠାରୁ ୪୫,୦୦୦ ଟଙ୍କା ସହ ୨ଟି ବାଇକ୍ , ଗୋଟିଏ ମୋବାଇଲ ଓ ମାଷ୍ଟର ଚାବି ଜବତ କରାଯାଇଛି।
ଗତ ୧୯ ତାରିଖ ରେ ଓଡଗାଁ ଏନଏସି କାର୍ଯାଳୟ ନିକଟରେ ଥିବା ଏକ ଇଲେକ୍ଟ୍ରୋନିକ ଦୋକାନ ନିକଟରୁ ବାଇକର ଡିକି ଭାଙ୍ଗି ୨ଲକ୍ଷ ୪୦ ହଜାର ଟଙ୍କା ଲୁଟ ହୋଇଥିଲା। ସେହିପରି ଗତ ୧୨/୪/୨୧ରେ ଓଡଗାଁ ଏନଏସି ଅନ୍ତର୍ଗତ ଜାରିଙ୍ଗି ଅଞ୍ଚଳର ଦୁଇଜଣ ମହିଳା ବ୍ୟାଙ୍କ ରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଲୁଟେରା ମାନେ ସେମାନଙ୍କ ଠାରୁ ୬୦ ହଜାର ଟଙ୍କା ଝାମ୍ପି ନେବାରେ ସକ୍ଷମ ହୋଇଥିଲେ।
ଏହି ସବୁ ଘଟଣା ପୁଲିସ କୁ ଶାନ୍ତିରେ ରହିବାକୁ ଦେଇନଥିଲା। ଏହି ସବୁ ଘଟଣା ର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ମାନେ ଗଞ୍ଜାମ ଜିଲ୍ଲା ର ବୋଲି ଆଦର୍ଶ ଥାନା ପୋଲିସ ଜାଣିବାକୁ ପାଇଥିଲା। ବହୁ ଦିନ ଧରି ଲୁଟେରା ଗ୍ୟାଙ୍ଗ ପୋଲିସ ସହ ଲୁଚକାଳି ଖେଳୁଥିବା ବେଳେ ଆଜି ଲୁଟେରା ଓଡଗାଁ ଆଦର୍ଶ ଥାନା ପୋଲିସ କବଜାରେ ଧରାପଡିଛି।
ପୋଲିସ ସେମାନଙ୍କ ଠାରୁ ୪୫ହଜାର ଟଙ୍କା, ୨ ଟି ବାଇକ ସହ ଏକ "ମାଷ୍ଟର କି" ଜବତ କରିଛି। ଯେଉଁ ମାଷ୍ଟର କି ସାହାଯ୍ୟରେ ଲୁଟେରା ମାନେ ଯେ କୌଣସି ବାଇକର ଡିକି ଭାଙ୍ଗି ଟଙ୍କା ଲୁଟିବାରେ ସକ୍ଷମ ହେଉଥିଲେ । ପୋଲିସ କବଜାରେ ଥିବା ଲୁଟେରା ଜଣକ ହେଲେ ମାଇକେଲ ଏଙ୍କଟେସ। ଲୁଟେରା ଜଣକ ପୂର୍ବରୁ ଓଡଗାଁ ଏନଏସି ଅଞ୍ଚଳରେ ଘଟିଥିବା ଦୁଇଟି ଯାକ ଲୁଟରେ ସାମିଲ ଥିବା ଜଣା ପଡିଛି। ଏମାନେ କେବଳ ଓଡଗାଁ ନୁହେଁ କଟକ, ଜଗତସିଂହପୁର ଇତ୍ୟାଦି ଭଳି ବାହାର ଜିଲ୍ଲା ସହ ଛତିଶଗଡ଼ ଭଳି ବାହାର ରାଜ୍ଯ ରେ ମଧ୍ଯ ଏହି ଲୁଟ କାମ କରୁଥିଲେ।
ଲୁଟେରା କୁ ପୋଲିସ ଗିରଫ ପରେ ତାକୁ କୋର୍ଟ ଚାଲାଣ କରାଯାଇଛି। ଲୁଟରେ ସାମିଲ ଥିବା ଅନ୍ୟ ଲୁଟେରା ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଓଡଗାଁ ଆଦର୍ଶ ଥାନା ଅଧିକାରୀ ସୂଚନା ଦେଇଛନ୍ତି।
ଓଡଗାଁ ରୁ ଦିଲ୍ଲୀପ୍ କୁମାର ବିଶୋଇଙ୍କ ରିପୋର୍ଟ
-୨୭/୮/୨୦୨୧----୫,୫୦ Sakhigopal News,27/8/2021