Breaking News

କାଦୁଆ ଆଶ୍ରମକୁ ସରକାର ହାତକୁ ନେବା ପାଇଁ ଦାବି ଜୋର ଧରିଲା

 


ସାକ୍ଷୀଗୋପାଳ----= ପୁରୀ- ଭୁବେନଶ୍ୱର ଜାତୀୟ ରାଜପଥ କରରେ କାଦୁଆ ଆଶ୍ରମ ବା ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଘ ଅବସ୍ଥିତ । ସୁଆଣ୍ଡୋ ଯେପରି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ସ୍ଥାନ ସେହିପରି କାଦୁଆ ଆଶ୍ରମ ଗୋପବନ୍ଧୁଙ୍କ କର୍ମସ୍ଥାନ କୁହାଯାଉଛି । ଏହିଜମି ଭିଙ୍ଗାରପୁର ଜମିଦାରଙ୍କ ଠାରୁ ଗୋପବନ୍ଧୁ  ଦାନ ସୁତ୍ରରେ ଆଣିଥିଲେ । ଏହା ଆଠ ଏକର ଜମି ଉପରେ ଅବସ୍ଥିତ । ଦେଶ ସ୍ୱାଧୀନତା ନ ହେବା ଆଗରୁ ଏଠାରେ ଅରଟ ପକାଯାଇ ଲୋକ ମାନଙ୍କ ଦ୍ୱାରା ଲୁଗା, ଗାମୁଛା ବୁଣା ଯାଇ ବିଭିନ୍ନ ଖଦୀ ଭଣ୍ଡାରରେ ବିକ୍ରୟ କରାଯାଉଥିଲା । କାଳଦିକ୍ରମେ ରକ୍ଷଣବେକ୍ଷଣ ଅଭାବରୁଏହା ଲୋପ ପାଇଗଲା ।  ଏବେ ଏହି ସଂସ୍ଥାକୁ ରାଜ୍ୟ ସରକାର ହାତକୁ ନେବା ପାଇଁ ସୋସିଆଲ ମିଡିଆରେ ଯୋର ଧରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପାଇଁ ଇ- ମିଡିଆ ମାଧ୍ୟମରେ ସ୍ୱାକ୍ଷର ଅଭିଯାନ ଆରମ୍ଭ ହୋଇଥିବା ଜଣାପଡିଛି । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୮/୨୦୨୧ ,୧୦,୨୦
 Sakhigopal News, 31/8/2021

Blog Archive

Popular Posts