Breaking News

ସାକ୍ଷୀଗୋପାଳ ମନ୍ଦିର, ବକୁଳବନ, ସିଦ୍ଧବଳରାମପୀଠ ଉନ୍ନତି କରଣ ପାଇଁ ଡେମୋପ୍ରଦର୍ଶନ

 


 ସାକ୍ଷୀଗୋପାଳ ------ ପୁରୀ ମନ୍ଦିର ପରି ସାକ୍ଷୀଗୋପାଳ ମନ୍ଦିର କରାଯିବା ପାଇଁ ଏକ ଡୋମୋ ପ୍ରଦର୍ଶିତ ହୋଇଯାଇଛି । ଏହି କାର୍ଯ୍ୟ ବହୁ ଶିଘ୍ର ଆରମ୍ଭ କରାଯିବ । ପ୍ରଥମେ ସାକ୍ଷୀଗୋପାଳ ମନ୍ଦିର ଚତୁପାଶ୍ୱର୍ରେ ଜମି ଚିହ୍ନଟ କରାଯିବା ପରେ ଉଛେଦ ପ୍ରକିୟା ଆରମ୍ଭ କରାଯିବ ବୋଲି ସତ୍ୟବାଦୀ ବିଧାୟକଙ୍କ ଠାରୁ ସୁଚନା ମିଳିଛି । ଏପରିକି ଖେଳ ପଡିଆ ନିକଟରେ ରହିଥିବା ଘର ଗୁଡିକ ଆବଶ୍ୟକ ସ୍ଥଳେ ଉଚ୍ଛେଦ କରାଯିବ । ସେହିପରି  ବକୁଳବନ, ସିଦ୍ଧବଳରାମପୀଠ, ମିନିଷ୍ଟାଡିୟମ, ମାକେର୍ଟକମ୍ଳେକ୍ସ,  ବହୁ ଶିଘ୍ର କରାଯିବା ପାଇଁ  ମଙ୍ଗଳବାର ଅପରାହ୍ନରେ ସତ୍ୟବାଦୀ ପଞ୍ଚାୟତ ସମିତି ସଭାଗୃହ ପରିସରରେ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ନିସ୍ପତି ଗ୍ରହଣ କରାଯାଇଥିବା ଜଣାପଡିଛି ।  ପୁରୀ ମନ୍ଦିର ପରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଚତୁପାଶ୍ୱର୍ ପରିଷ୍କାର ପରିଛନ୍ନତା ରହିବା ସହ ଫୁଲଗଛ, ସହିତ ବିଭିନ୍ନ କାର୍ଯ୍ୟ କରାଯିବ । ବକୁଳବନର ଉନ୍ନତି, ଜଗନ୍ନାଥ ସଂସ୍କୃତି ସହିତ ଜଡିତଥିବା ସିଦ୍ଧବଳରାମପୀଠର ଉନ୍ନତି, ମିନିଷ୍ଟାଡିୟମ ନିର୍ମାଣ ସହିତ ଚନ୍ଦନପୋଖରୀ ନିକଟରେ ଏକ ମାର୍କେଟ କମ୍ପେ୍ଳସ ନିର୍ମାଣ କରାଯିବ ବୋଲି ବିଧାୟକ ସୁଚନା ପ୍ରଦାନ କରିଛନ୍ତି । ଏହି ବୈଠକରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା, ବିଡିଓ କ୍ଷୀରୋଦ କୁମାର ବେହେରା,  ପୂର୍ତ୍ତ ବିଭାଗ ଜେଇ ମନୋଜ ନାୟକ ,  ମନ୍ଦିର ପତ୍ନତତ୍ୱ ବିଭାଗର କର୍ମଚାରୀ ,  ସତ୍ୟବାଦୀ ଆରଆଇ ଶ୍ରାମ ସୁନ୍ଦର ପୂତ୍ତିଙ୍କ ସହିତ ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଂଘର ସଭାପତି ରାମଚନ୍ଦ୍ର ମହାପାତ୍ରଙ୍କ ସହିତ କର୍ମକର୍ତ୍ତା ଓ ଅନ୍ୟ ସେବାୟତ ମାନେ ଏହି ଆଲେଚନାରେ ଅଂଶ ଗ୍ରହଣ କରିଥିଲେ । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୮/୨୦୨୧---୧୦,୩୦  

 Sakhigopal News,31/8/2021

 Sakhigopal News, 31/8/2021

Blog Archive

Popular Posts