ମହିଳା ମାନଙ୍କୁ ନେଇ ବିତ୍ତୀୟ ସାକ୍ଷରତା ସଚେତନତା ଶିବିର ଅନୁଷ୍ଠିତ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ମୂଳଅଳସା ଗ୍ରାମରେ ୬ଗୋଟି ମହିଳା ଗୋଷ୍ଠୀ ମାନଙ୍କର ୨୦ ଜଣ ସଦସ୍ୟା ମାନଙ୍କୁ ନେଇ ବିତ୍ତୀୟ ସାକ୍ଷରତା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରାମ କୃଷି ବିକାଶ ପରିଷଦ ପୁରୀ ଏହି ଶିବିରର ଆୟୋଜନ କରିଥିବା ବେଳେ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ୟୁକେବ୍ୟାଙ୍କ ପୁରୀ । ଅତିଥି ଭାବେ ନୀଳାମ୍ବର ମହାନ୍ତି ବିତ୍ତୀୟ ସ୍ୱାକ୍ଷରତା ଉପଦେଷ୍ଟା ୟୁକୋବ୍ୟାଙ୍କ ପୁରୀ, ଗ୍ରାମ କୃଷି ବିକାଶ ପରିଷଦର ସାଧାରଣ ସମ୍ପାଦକ ପ୍ରତାପ କୁମାର ପାହାନ୍ତାସିଂହ ଏହି ଶିବିରର ଯୋଗ ଦେଇ ସଚେତନତାର ମୁଖ୍ୟ ଉଦ୍ଦ୍ୟେଶ ମହିଳା ମାନଙ୍କର ଆର୍ଥିକ ମେରୁଦଣ୍ଡ ଉନ୍ନତି ସହିତ ବ୍ୟାଙ୍କର ଲକ୍ଷ୍ୟ ଓ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଆଲେଚନା କରିଥିଲେ । ବିଶେଷ କରି ବ୍ୟାଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଜୀବନବୀମା କରିବା ଓ ବ୍ୟାଙ୍କରୁ ୠୁଣ ଆଣି ସଠିକ ସମୟରେ ଦେଣନେଣ କରିବା ପାଇଁ ଆଲେଚନା କରାଯାଇଥିଲା । । ଅନ୍ୟ ମାନଙ୍କ ମଧ୍ୟରେ ଅଙ୍ଗନୱାଡି କମିୀ ନମିତା ପ୍ରଧାନ, ସାମାଜିକ କର୍ମୀ ବିଭୁଦତ୍ତ ପ୍ରଧାନପ୍ରମୁଖ ଯୋଗ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୮/୨୦୨୧---୯,୪୫
Sakhigopal News, 20/8/2021