ଅଗ୍ନିକାଣ୍ଡ ଘଟି ଗାଈ ଓ ବାଛରୀ ଜୀବନ୍ତ ଦଗ୍ଧ
ସାକ୍ଷୀଗୋପାଳ------ ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ଦିହୁଡିସାହି ଗ୍ରାମର ଲକ୍ଷ୍ମୀଧର ଦିହୁଡିଙ୍କ ଗୁହାଳ ଘରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ସହ ଗାଈ ଓବାଛରୀ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି । ଖବର ପାଇ ସତ୍ୟବାଦୀ ଅଗ୍ଦିଶମ ବିଭାଗର ମନୋଜ କୁମାର ନାୟକ ସଦଳବଳେ ଦୁଇଟି ଗାଡି ନେଇ ନିଆଁକୁ ଆୟତ୍ତ କରିଥିଲେ । ଗୁହାଳ ଘରେ ମଶାଙ୍କୁ ଦିଆଯାଇଥିବା ଧୂଆଁ ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ସାକ୍ଷୀଗୋପାଳ ପ୍ରାଣୀଧନ ନିରିକ୍ଷକ ଜ୍ଞାନ ରଞ୍ଜନ ମିଶ୍ର ଖବର ପାଇ ପ୍ରାଥମିକ ତଦନ୍ତ କରିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୮/୨୦୨୧-----୯,୩୫ Sakhigopal News, 23/8/2021