Breaking News

ଜଟଣୀରେ ବିଶ୍ୱ ଫୋଟୋଗ୍ରାଫି ଦିବସ ପାଳିତ



ଜଟଣୀ --୧୮୩୯ ମସିହାରୁ ଅଗଷ୍ଟ ୧୯ତାରିଖକୁ ବିଶ୍ୱ ଫୋଟୋଗ୍ରାଫି ଦିବସ ଭାବେ ଗ୍ରହଣ କରାଯାଇଥିଲା |କୁହଯାଏ ଗୋଟିଏ ଫୋଟୋ ହଜାରେ ଶବ୍ଦ ସହିତ ସମାନ ତେବେ ସମ୍ପୂର୍ଣ ବିଷୟବସ୍ତୁକୁ ଫୋଟୋରେ କୟେଦ କରିବା ଲାଗି ପରଫେକ୍ଟ ଆଙ୍ଗେଲରେ ଫୋଟୋ ଉଠାଇବା ଏତେ ସହଜ ନୁହେଁ । କାରଣ  ଫୋଟୋଗ୍ରାଫି ହେଉଛି ଏକ କଳା ଯାହାକୁ ସମ୍ମାନ ଦେବା ଲାଗି ବିଶ୍ଵବ୍ୟାପୀ ପ୍ରତିବର୍ଷ ଅଗଷ୍ଟ ୧୯ ତାରିଖରେ ପାଳନ କରାଯାଉଛି ବିଶ୍ୱ ଫୋଟୋଗ୍ରାଫି ଦିବସ । ଏହି ଅବସରରେ ଜଟଣୀ ଫୋଟୋଗ୍ରାଫରସ ଗ୍ରୁପ ପକ୍ଷରୁ  ସ୍ଥାନୀୟ ପାତ୍ରପଡା ସ୍ଥିତ ମା ଜଟିଆଣି ମନ୍ଦିର ପ୍ରାଙ୍ଗଣରେ ବିଶ୍ୱ ଫୋଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି ।  ଏଥିସହିତ ନିକଟରେ ଅକାଳରେ ମୁତୃବରଣ କରିଥିବା ବିଶିଷ୍ଟ ଫୋଟୋଗ୍ରାଫର ସଞ୍ଜୟ ସନ୍ଧିବିଗ୍ରହଙ୍କ  ପାଇଁ  ଏକ ଶୋକ ସଭାର ଆୟୋଜନ କରାଯିବ ସହ ତାଙ୍କ ଉଦ୍ଦେଶ୍ୟରେ  ବୃକ୍ଷରୋପଣ  କରାଯାଇଥିଲା । ଫୋଟୋଗ୍ରାଫର ବ୍ରଜକିଶୋର ମହାପାତ୍ର ,ନବକିଶୋର ବାରିକ ,ସୀତାକାନ୍ତ ସାମନ୍ତରାୟ ,ଅସିତ ପଟନାୟକ ,ହରିହର ସ୍ୱାଇଁ ,ଚିତ୍ତରଞ୍ଜନ ପରିଡା ,ମୁନା ଜାଲୀ,ବିଶ୍ୱନାଥ ବେହେରା ,ଦୀନେଶ ରାଓ ,ରତିକାନ୍ତ ସ୍ୱାଇଁ ,ମନୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଜଟଣୀରୁ ରଙ୍ଗନାଥ  ବେହେରାଙ୍କ ରିପୋର୍ଟ,୧୯/୮/୨୦୨୧---- 
Sakhigopal News, 19/8/2021

Blog Archive

Popular Posts