ଚନ୍ଦ୍ରମାଧବ ସ୍ମାରକି କ୍ରିକେଟ : ଯଶୁଆପୁର ବିଜୟୀ
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକର ବିଦ୍ୟାଧରପୁର ପଞ୍ଚାୟତର ମା ଚର୍ଚ୍ଚିକା ସ୍ପୋଟିଙ୍ଗି କ୍ଳବର ଆନୁକୂଲ୍ୟରେ ଚନ୍ଦ୍ର ମାଧମ ସ୍ମାରକି କ୍ରିକେଟ ଟ୍ରଫିର ଶନିବାର ଥିଲା ପ୍ରଥମ ସେମି ଫାଇନାଲ ଦିବସ । କାଦୁଆ ଓ ଯଶୁଆପୁର କ୍ରିକେଟ ଦଳ ମଧ୍ୟରେ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଯଶୁଆପୁର ୬୩ ରନରେ କାଦୁଆ କ୍ରିକେଟ ଦଳକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ଯଶୁଆପୁର କ୍ରିକେଟ ଦଳ ବ୍ୟାଟିଂ କରି ୧୬ ଓଭରରେ ୫ଉଇକେଟ ବିନିମୟରେ ୧୨୭ ରନ କରିବାକୁ ସକ୍ଷମ ହୋଇଥିଲା । ଏହାର ଜବାବରେ କାଦୁଆ କ୍ରିକେଟ ଦଳ ୧୫ଓଭର ୫ ବଲରେ ସମସ୍ତ ଉଇକେଟ ହରାଇ ୬୪ ରନ କରିଥିଲା । ବିଜୟୀ ଦଳର କାତ୍ତିକ ସେଠୀଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବରେ ଘୋଷଣା କରାଯାଇଥିଲା । ଗଗନ ବିହାରୀ ବାରିକ ଓ ରବୀନ୍ଦ୍ର ପଣ୍ଡା ମ୍ୟାଚ ପରିଚାଳନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି