Breaking News

ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହିତ ବନ୍ଧୁ ମିଳନ


 ଡେଲାଙ୍ଗ ----
ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୋଡ଼ିପୁଟ ମାଟିଆପଡା ପଂଚାୟତ ର  ଉଚ୍ଚ ବିଦ୍ୟାଳୟ ପଂଚାୟତ ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ରଛାତ୍ରୀ ୧୯୯୪ ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ  ଐତିହାସିକ ଅରାଗଡ଼ ପାହାଡ଼ ସିଦ୍ଧ ଗୁମ୍ଫାପାର୍କ ରେ ଅନୁଷ୍ଠିତ ହୋଇଯାଇଛି l  ଆୟୋଜକ ଶ୍ରୀ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଳନ୍ଧର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ମୁଖ୍ୟ ଅତିଥିରୂପେ ଖଲିକୋଟ ବ୍ଲକର ଅତିରିକ୍ତ ତହସିଲଦାର ଅଜୟ କୁମାର ସ୍ୱାଇଁ, ପଣ୍ଡିତ ଅରୁଣ ପଣ୍ଡା, ଶିକ୍ଷାବିତ ମନୋଜ ପାଲଟାସିଂହ,ଓ ସମାଜସେବୀ ଦୀପକ ଆଚାର୍ଯ୍ୟ ପ୍ରଭୃତି ସାମ୍ନାନୀତ ଅତିଥି ରୂପେ ଯୋଗ ଦେଇଥିଲେ l ସଭା ପ୍ରାରମ୍ଭରୁ ଦିବଂଗତ ପାଞ୍ଚଜଣ ସାଥୀ ମାନଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାଥନା କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା. l ପୁରାତନ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଶପଥ ନେବା ଆବଶ୍ୟକ ବୋଲି ଅତିଥି ମାନେ ଅଭିଭାଷଣ ରଖିଥିଲେ l ପୁରାତନ ଛାତ୍ରଛାତ୍ରୀ ମାନେ ନିଜର ବିଦ୍ୟାଳୟ ଜୀବନ ସ୍ମୃତିଚାରଣ କରଥିଲେ । ଏବଂ ସେମାନଙ୍କ ପରିବାର କୁ ନେଇ ପ୍ରାୟ ଶହେ କୋଡିଏ ଜଣ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ l ସଭାପରେ ବୃକ୍ଷରୋପଣ ଓ  ବଣଭୋଜି ଆୟୋଜନ କରାଯାଇଥିଲା । ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇ ପ୍ରାୟ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲୁ ରହିଥିଲା l ଏହି କାର୍ଯ୍ୟକ୍ରମ କୁ ବିଶେଷ ଭାବେ ଯୋଗୀ ସେଠି, ପ୍ରଣତି ଜୟସିଂହ, ଜୟଶ୍ରୀ ଜେନା, ବାମଦେବ ବେହେରା, ବାବାଜୀ ବରାଳ କମଳିନୀ ପରିଡା,ଅଶୋକ ବଡ଼ଜେନା ସହଯୋଗ କରିଥିଲେ l ଅନ୍ୟପୁରାତନ ଛାତ୍ର ଛାତ୍ରୀ ମାନଙ୍କ  ମଧ୍ୟରେ ଗୀତା,ଉମା,ଧନୀ,ଯାନୀ,ଟିକିନା, ମନୋରମା, ସୁଲୋଚନା, ଅନୁ, ରୁନା, ରୀନା, ମିନା, ସବିତା, ଚାଇନା, ନିରୁ, ମଞ୍ଜୁ, ସଂଜୁ, ଝୁନା, ଟୁକୁ, ସୁକାନ୍ତି,ମାଣିକ, ଡାଳିମ୍ବ, ସୁଷମା, ଲୁନା, ଲିଟୁ ନିଲୁ, ଲୋକା, ରାମ ନବ, କୁଶ, ଧୀରେନ୍ଦ୍ର ଜାନକୀ, ସଞ୍ଜୟ, ବିନୋଦ, ଲଳିତ, ବାଲ୍ମୀକି, ରମେଶ, ସୁବାସ, କୁଳ ନୀଳକଣ୍ଠ, ମାନସ, ସ୍ୱାଧୀନ,ଡାକ, ପ୍ରକାଶ, ରସ, ନଗେଇ, ସୂରିଆ, ବାବୁଲି, ଭୋଳା ଆଦି ସମସ୍ତ ପୁରାତନ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୮/୧୦/୨୦୨୫----୯,୪୫ Sakhigopal News,8/10/2025

Blog Archive

Popular Posts