କୁମାର ପୂର୍ଣ୍ଣିମା ଉପଲକ୍ଷେ ସ୍ବରଚିତ କବିତା ପାଠ ଓ ସାହିତ୍ୟ ଆଲୋଚନା
ସାକ୍ଷୀଗୋପାଳ --- ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ତରଫରୁ ସତ୍ୟବାଦୀ ବ୍ଲକ ଛକ ନିକବର୍ତ୍ତୀ ଜନ କଲ୍ୟାଣ ପରିସରରେ କୁମାରର୍ପୂର୍ଣୀମା ଉପଲକ୍ଷେ କବିତା ପାଠ ଓ ସାହିତ୍ୟ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୫୦ ଜଣ କବି, କବୟିତ୍ରୀ ଓ ସାହିତ୍ୟ ଅନୁରଗି ଉପସ୍ଥିତ ରହି ସ୍ବରଚିତ କବିତା ପାଠ କରିବା ସହିତ କୁମାର ପୂର୍ଣ୍ଣୀମାର ସାଂସ୍କୃତିକ ଓ ଧାର୍ମିକ ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ। ଏହା ସହିତ ସତ୍ୟବାଦୀ ଯୁଗର କବିମାନଙ୍କ ର କାଳଜୟୀ କବିତା ଆବୃତ୍ତି ହୋଇଥିଲା। ପ୍ରଥମେ ପ୍ରଭୁ ଗଣେଶ ଓ ପରେ ପରେ ଭାରତ ମାତା ଓ ବିବେକାନନ୍ଦ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହିତ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ସାମୁହିକ ବନ୍ଦେ ମାତରଂ ଗାନ ପରେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ ଶ୍ରୀମତୀ ବନ୍ଦନା ଦାଶ। ମଞ୍ଚ ଉଦଘାଟନ କରିଥିଲେ ଅବସରପ୍ରାପ୍ତ ଅଧ୍ୟକ୍ଷ ବୃନ୍ଦାବନ ଚନ୍ଦ୍ର ରଥ। କାର୍ଯ୍ୟକ୍ରମ ଟିକୁ ସଂଯୋଜନା କରିଥିଲେ ଶାଖା ସଚିବ ବିଜୟ କୁମାର ପରିଡ଼ା। ମୁଖ୍ୟ ଅଥିତି ଥିଲେ ସତ୍ୟବାଦୀ ଦାଶ, ଓଡ଼ିଶା ପୂର୍ବ ପ୍ରନ୍ତ ସଭାପତି, ସଭାପତିତ୍ବ କରିଥିଲେ ସମ୍ପର୍କ ଆବାହକ ନବଘନ ଶତପଥୀ ଓ ମୁଖ୍ୟ ବକ୍ତା କବି ପ୍ରଭାତ ଚନ୍ଦ୍ର ରଥ। ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପଣ୍ଡା, ଆବାହକ ଦେବରାଜ ନାୟକ, ସୁନିଲ କୁମାର ବେହେରା, ବିଭୁ ପ୍ରସାଦ ମହାପାତ୍ର, ରିତା ତ୍ରିପାଠୀ, ସତ୍ୟ ନାରାୟଣ ପାଇକରାୟ, ସଂଗ୍ରାମ ମହାପାତ୍ର, ବିଷ୍ଣୁପ୍ରିୟା ବିଶ୍ଵାଳ,କବି ଦିଲ୍ଲୀପ ସେନାପତି, ରଞ୍ଜନ ମିଶ୍ର,ସମ୍ପୂର୍ନାନନ୍ଦ ମିଶ୍ର, ରବୀନ୍ଦ୍ର ନାଥ ଷଡ଼ଙ୍ଗୀ, ସୁନନ୍ଦା ମହାନ୍ତି, ବିଶାଖା ଦେବୀ, ସୁଜାତା ଦେବୀ, ପ୍ରମିଳା ପଟ୍ଟନାୟକ, ବନ୍ଦନା ମହାପାତ୍ର, ବିଭୂତି ହୋତା,ସବିତା ବିଶ୍ଵାଳ, ସୁରେନ୍ଦ୍ର ପଣ୍ଡା, ନାରାୟଣ ମନୋହରୀ କବିତା ପାଠ କରିଥିଲେ ଓ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କବିତା ପାଠ ସଂଯୋଜନା କରିଥିଲେ କବି ମାନସ ରଞ୍ଜନ ପଟ୍ଟନାୟକ ଓ ଡ ଚିତ୍ତ ବିଶ୍ଵାଳ। ନୃତ୍ୟ ପରିବେଷଣ କରିଥିଲେ ଶିଶୁ କଳାକାର ଅନନ୍ୟା ସାହୁ। ଧନ୍ୟବାଦ ଅର୍ପଣ କରିଥିଲେ ଶାଖା କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପଣ୍ଡା।ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇ,ସଭା ଶେଷ ହୋଇଥିଲା। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୮/୧୦/୨୦୨୫---୯,୨୦ Sakhigopal News,8/10/2025