Breaking News

ଅଗ୍ନିକାଣ୍ଡରେ ତିନି ବଖରା ଘର ପୋଡିଗଲା

ଡେଲାଙ୍ଗ-----ସତ୍ୟବାଦୀ ଥାନା ଡେଲାଙ୍ଘ ବ୍ଳକ ଅନ୍ତର୍ଗତ ଅଭୟମୁଖୀ ଗ୍ରାମ ପଞ୍ଚାୟତର ପତଙ୍ଗ ଦଳିତ ବସ୍ତିରେ ଶୁକ୍ରବାର ଭୋର ସମୟରେ ନକୁଳ ଭୋଇଙ୍କ ଘରେ ଅଗ୍ନିକାଣ୍ଡ ଘଟି ତିନି ବଖରା ଘର ପୋଡି ପାଉଁଶ ହୋଇଯାଇଛି । ହଠାତ ନକୁଳ ଭୋଇଙ୍କ ଘରୁ ନିଆଁ ଜଳି ଉଠିଥିଲା । ପରିବାର ଲୋକମାନେ ଡାକ ପକାଇବା ବେଳକୁ ନିଆଁ ତାଙ୍କର ଅନ୍ୟ ଘରକୁ  ବ୍ୟାପି ଯାଇଥିଲା । ଖବର ପାଇ ସତ୍ୟବାଦୀ ଓ କଣାସରୁ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ  ।  ଆରଆଇ  ଅଗ୍ନିକାଣ୍ଡରେ କ୍ଷୟକ୍ଷତିର ପ୍ରାଥମିକ ଆକଳନ କରିଛନ୍ତି । ତୁରନ୍ତ ଅଗ୍ନିବିପନ୍ନ ପରିବାରଙ୍କୁ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ ଦାବୀ ହେଉଛି । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

 

Blog Archive

Popular Posts